ଭୁବନେଶ୍ୱର, ୧୪/୦୭: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ ବଡ଼ ଆକ୍ସନ। SCERT ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଅଟକ ରଖିଛି କ୍ରାଇମବ୍ରାଞ୍ଚ। ମନୋଜ ପାଢ଼ୀଙ୍କୁ ଅଟକ ରଖି ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ।
ସୂଚନାଯୋଗ୍ୟ, ବହି ତ୍ରୁଟି ଜଣାପଡିବା ପରେ ସରକାର ମନୋଜ ପାଢ଼ୀଙ୍କୁ ନିଲମ୍ବିତ କରିଥିଲେ। ଏହା ପରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। DSP ନରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ତଦନ୍ତକାରୀ ଟିମ୍ ଗଠନ ହୋଇଥିଲା।