ଲବଣଗିରି ରଥଯାତ୍ରାରେ ଛେରା ପହଁରା ପାଇଁ ତିରୁପତି ପାଣିଗ୍ରାହୀଙ୍କୁ ନିମନ୍ତ୍ରଣ

ନବନିର୍ମିତ ମନ୍ଦିରରେ ମହାସମାରୋହରେ ରଥଯାତ୍ରା ପାଳନ ପାଇଁ ଆୟୋଜନ

ଭୁବନେଶ୍ୱର, ୧୫/୦୭: ଭୁବନେଶ୍ୱରର ସୁନ୍ଦରପଦା ସ୍ଥିତ ଲବଣଗିରି ଠାରେ ନୂତନ କରି ଆରମ୍ଭ ହୋଇଥିବା ରଥଯାତ୍ରା ଅତି ମହାସମାରୋହରେ ପାଳନ ହେବାକୁ ଯାଉଛି। ଏଥିରେ ହାଇଟେକ୍ ଗ୍ରୁପର ପ୍ରତିଷ୍ଠାତା ଡଃ ତିରୁପତି ପାଣିଗ୍ରାହୀଙ୍କୁ ନିମନ୍ତ୍ରଣ କରିଛନ୍ତି ରଥର ଛେରାପହଁରା କରିବା ପାଇଁ ନିମନ୍ତ୍ରଣ କରାଯାଇଛି।

ନୂତନ କରି ପ୍ରତିଷ୍ଠିତ ହୋଇଥିବା ଏହି ମନ୍ଦିର ପରିସରରେ ଜଗନ୍ନାଥ ମନ୍ଦିର, ଲକ୍ଷ୍ମୀ ମନ୍ଦିର, ବିମଳା ମନ୍ଦିର, ହନୁମାନ ମନ୍ଦିର ପ୍ରତିଷ୍ଠା କରାଯାଇଛି।