ବେସରକାରୀ ବିଦ୍ୟାଳୟଗୁଡିକରେ ଲଟେରୀ ମାଧ୍ଯମରେ ୫୦୧ ଛାତ୍ରଛାତ୍ରୀ ମନୋନୀତ

RTE ନିୟମ ଭଙ୍ଗ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୦୧/୦୯: ଶିକ୍ଷା ଅଧିକାର ଆଇନ ୨୦୦୯ ଅନ୍ତର୍ଗତ ଧାରା ୧୨(୧)(ଗ) ଅନୁଯାୟୀ ଆର୍ଥିକ ଅନଗ୍ରସର ଶ୍ରେଣୀ ପିଲାମାନେ ବେସରକାରୀ ବିଦ୍ୟାଳୟଗୁଡ଼ିକର ପ୍ରବେଶ ସ୍ତରରେ ନିଃଶୁଳ୍କ ଶିକ୍ଷା ପାଇପାରିବେ । ଏଥିପାଇଁ ଆର୍.ଟି.ଇ. ପାରଦର୍ଶୀ (RTE Paradarshi) ପୋର୍ଟାଲରେ ଆବେଦନ ପତ୍ର ଆହ୍ୱାନ କରାଯାଇଥିଲା । ଏହି ପର୍ଯ୍ୟାୟ ପାଇଁ ଅଗଷ୍ଟ ୧୪ ତାରିଖରୁ ଆରମ୍ଭ କରି ଅଗଷ୍ଟ ୨୭ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ପାରଦର୍ଶୀ ପୋର୍ଟାଲ ମାଧ୍ଯମରେ ଆବେଦନ କରିଥିଲେ । ବେସରକାରୀ ବିଦ୍ୟାଳୟଗୁଡ଼ିକରେ ସମୁଦାୟ ୯୮୯ ଅନଲାଇନ୍ ଆବେଦନ କରାଯାଇଥିଲା ଏବଂ ଏହା ମଧ୍ୟରୁ ବ୍ଲକ ଶିକ୍ଷା ଅଧିକାରୀମାନେ ପ୍ରମାଣ ପତ୍ର ଯାଞ୍ଚ କରି ୬୨୯ ଆବେଦନକୁ ଯୋଗ୍ୟ ବିବେଚିତ କରିଥିଲେ । ଯୋଗ୍ୟ ଆବେଦନ ପତ୍ର ଗୁଡ଼ିକୁ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ କେନ୍ଦ୍ରୀୟ ଲଟେରୀ ଉଠା କାର୍ଯ୍ଯକ୍ରମ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସଦସ୍ୟମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା । ସେଥିମଧ୍ୟରୁ ୫୦୧ ଜଣ ଛାତ୍ରଛାତ୍ରୀଙ୍କୁ ନାମଲେଖା ପାଇଁ ଲଟେରୀ ମାଧ୍ୟମରେ ଚୟନ କରାଯାଇଛି । ବର୍ତ୍ତମାନ ବ୍ଲକ ଶିକ୍ଷା ଅଧିକାରୀମାନେ ସମ୍ପୃକ୍ତ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମ ପ୍ରଦାନ କରିବେ । ବେସରକାରୀ ବିଦ୍ୟାଳୟଗୁଡ଼ିକରେ ତା-୦୧-୦୯-୨୦୨୬ ରିଖରୁ ତା-୧୯-୦୯-୨୦୨୬ ରିଖ ମଧ୍ଯରେ ନାମ ଲେଖାଯିବ । ଏହି ନାମଲେଖା ସଂପୂର୍ଣ୍ଣ ନିଃଶୁଳ୍କ ଅଟେ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ ମଧ୍ୟ କୌଣସି ଅର୍ଥ ଅଭିଭାବକମାନଙ୍କ ଠାରୁ ନେଇପାରିବେ ନାହିଁ । ଯଦି ଏହାକୁ କୌଣସି ବିଦ୍ୟାଳୟ ଖିଲାପ କରନ୍ତି, ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ହେଲ୍ପଲାଇନ ନମ୍ବର – ୧୮୦୦ ୩୪୫-୬୭୨୨