ବରିଷ୍ଠ ନେତା ତଥା ସୁସଂଗଠକ ବେଦପ୍ରକାଶ ଗୋଏଲଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ଓଡ଼ିଶା ରାଜନୀତି ଓ ଭାରତୀୟ ଜନତା ପାର୍ଟିର ଅପୂରଣୀୟ କ୍ଷତି: ଶ୍ରୀ ମନମୋହନ ସାମଲ

ଭୁବନେଶ୍ୱର, ୦୨/୦୯: ବରିଷ୍ଠ ନେତା ଓ ସୁସଂଗଠକ ଶ୍ରୀ ବେଦପ୍ରକାଶ ଗୋଏଲଙ୍କ ଆଜି ପରଲୋକ ଘଟିଛି । ସ୍ୱର୍ଗତଃ ଗୋଏଲ ଜଣେ ମିଷ୍ଟଭାଷୀ, ଉତ୍ସର୍ଗୀକୃତ କର୍ମୀ, ବନ୍ଧୁବତ୍ସଳ ବ୍ୟକ୍ତି ଭାବରେ ଜନସାଧାରଣଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ । ରାଜ୍ୟ ସମେତ ବିଶେଷ କରି ଅବିଭକ୍ତ କଳାହାଣ୍ଡି ଜିଲ୍ଲାରେ ଦଳର ସାଂଗଠନିକ ବିସ୍ତାର ସମେତ ଜିଲ୍ଲାର ବିକାଶ ଓ ଜନକଲ୍ୟାଣ ପାଇଁ ନିରନ୍ତର ପରିଶ୍ରମ କରି ସାଧାରଣ ଜନତାଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ଅଧିକାର କରିଥିଲେ । ତାଙ୍କ ବିୟୋଗରେ ଓଡ଼ିଶା ରାଜନୀତି ଓ ଭାରତୀୟ ଜନତା ପାର୍ଟିର ଅପୂରଣୀୟ କ୍ଷତି ହୋଇଛି ବୋଲି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ ଗଭୀର ଶୋକବ୍ୟକ୍ତ କରି କହିଛନ୍ତି ।

ସ୍ୱର୍ଗତଃ ଗୋଏଲଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଏଭଳି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରିବାକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରାର୍ଥନା କରିଛନ୍ତି ।