କଲ୍ୟାଣସିଂହପୁରରେ ଆମ୍ବେଦକର ଯୁବମଞ୍ଚର ନୂତନ କମିଟି ଗଠିତ

ବିଭିନ୍ନ ପଦପଦବୀ ପାଇଁ କର୍ମକର୍ତ୍ତା ଚୟନ

କଲ୍ୟାଣସିଂହପୁର, ୦୩/୦୯: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ସଦର ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ଆମ୍ବେଦକର ଯୁବମଞ୍ଚର ନୂତନ କମିଟି ଗଠନ କରାଯାଇଛି। ବ୍ଲକର ୧୪ଟି ପଞ୍ଚାୟତର ଆମ୍ବେଦକର ପ୍ରେମୀଙ୍କ ସମେତ ଏସ୍‌ସି, ଏସ୍‌ଟି, ଓବିସି ଓ ମାଇନରିଟି ବର୍ଗର ପ୍ରତିନିଧିଙ୍କୁ ନେଇ ଏହି ନୂତନ କମିଟି ଗଠନ ହୋଇଛି। ବୈଠକରେ ନୂତନ କମିଟି ପାଇଁ ୨୦ ଜଣଙ୍କୁ ଚୟନ କରାଯିବା ସହ ସେମାନଙ୍କ ମଧ୍ୟରୁ ବିଭିନ୍ନ ପଦପଦବୀ ପାଇଁ କର୍ମକର୍ତ୍ତା ଚୟନ କରାଯାଇଥିଲା। ସଭାପତି ଭାବେ ସନ୍ତୋଷ କୌଶଲ୍ୟା, ଉପସଭାପତି ଭାବେ ଡମ୍ବରୁ କାନ୍ଧପାଣି, ସମ୍ପାଦକ ଭାବେ ପୁରେନ୍ଦ୍ର କରକରିଆ, ସାଧାରଣ ସମ୍ପାଦକ ଭାବେ ଗରିବ ଗରଡ଼ିଆ, କୋଷାଧ୍ୟକ୍ଷ ଭାବେ ଅମର କୌଶଲ୍ୟା ଏବଂ ସହ କୋଷାଧ୍ୟକ୍ଷ ଭାବେ ନରେନ୍ଦ୍ର କରକରିଆଙ୍କୁ ଚୟନ କରାଯାଇଛି। ସେହିପରି ସଦସ୍ୟ ଭାବେ ପଙ୍କଜ କରକରିଆ, ବାପୁଜୀ ବେନିଆ, ବିନୋଦ ମହାନନ୍ଦିଆ, କର୍ଣ୍ଣ କୌଶଲ୍ୟା, ସୁବାସଚନ୍ଦ୍ର ନିଶିକା, କର୍ଣ୍ଣ ଗାଣ୍ଟା, ସୁଶାନ୍ତ କୌଶଲ୍ୟା, ସୁରଥ ବେନିଆ, ଅର୍ଜୁନ କୌଶଲ୍ୟା, ପ୍ରସାଦ କୌଶଲ୍ୟା, ରାମଚନ୍ଦ୍ର ବେନିଆ, କେଶବ ମହାନନ୍ଦିଆ, ସନିଆ କୌଶଲ୍ୟା, ହରିଦାସ ମହାନନ୍ଦିଆ, ସଞ୍ଜୟ କୌଶଲ୍ୟା, ନିରନ ଭାତ୍ରିଆ ଓ କୃପାସିନ୍ଧୁ ଭତ୍ରା ପ୍ରମୁଖ ରହିଛନ୍ତି। ଉପଦେଷ୍ଟା ଭାବେ ଧନମଣି ଭତ୍ରା, ଧନଞ୍ଜୟ ବିଡ଼ିକା, ମହନରାଓ ମିଣିଆକା, ଯଦୁମଣି ଗରଡ଼ିଆ, ଜାଗାମ ବେନିଆ, ପବିତ୍ର ପାଲାକା, ପଦ୍ମନ ଭତ୍ରା, କେସି କରକରିଆ, କାମେଶ୍ୱର କରକରିଆ, ବଳରାମ କୌଶଲ୍ୟା, ମାନସିଂ ଗରଡ଼ିଆ, କାର୍ତ୍ତିକ ମହାନନ୍ଦିଆ ଓ କୁମାରୁ ବିଭର ପ୍ରମୁଖଙ୍କୁ ଦାୟିତ୍ୱ ଦିଆଯାଇଛି। ନୂତନ କମିଟି ଗଠନ ପରେ ଆଗାମୀ ଦିନରେ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମହାନ ସମାଜ ସଂସ୍କାରକ ଡକ୍ଟର ବି.ଆର. ଆମ୍ବେଦକର ଓ ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କ ଆଦର୍ଶକୁ ଆଗେଇ ନେବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି। ବିଶେଷକରି କଲ୍ୟାଣସିଂହପୁର ଅଞ୍ଚଳରେ ଥିବା ଡକ୍ଟର ବି.ଆର. ଆମ୍ବେଦକରଙ୍କ ଦୁଇଟି ପ୍ରତିମୂର୍ତ୍ତି ଏବଂ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିର ନିୟମିତ ରକ୍ଷଣାବେକ୍ଷଣ, ସୌନ୍ଦର୍ଯ୍ୟକରଣ ଓ ସୁରକ୍ଷା ଉପରେ କମିଟି ଗୁରୁତ୍ୱ ଦେବ। ଏଥିସହ ଆମ୍ବେଦକର ଜୟନ୍ତୀ, ବିର୍ସା ମୁଣ୍ଡା ଜନ୍ମଜୟନ୍ତୀ ସମେତ ବିଭିନ୍ନ ଜାତୀୟ ଦିବସ ଓ ସାମାଜିକ କାର୍ଯ୍ୟକ୍ରମକୁ ଆୟୋଜନ କରାଯିବ। ନୂତନ କମିଟି ଗଠନ ଦ୍ୱାରା ବ୍ଲକର ବିଭିନ୍ନ ବର୍ଗର ଯୁବକଙ୍କୁ ଏକଜୁଟ କରି ସାମାଜିକ ନ୍ୟାୟ ସମାନତା ଓ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ଅଞ୍ଚଳର ବିକାଶମୂଳକ କାର୍ଯ୍ୟରେ ଯୁବମାନଙ୍କୁ ସାମିଲ କରିବାକୁ ଯୁବମଞ୍ଚ ପକ୍ଷରୁ ପ୍ରୟାସ କରାଯିବ ବୋଲି ଜଣାପଡ଼ିଛି।