ଯୁକ୍ତ ୨ ପ୍ରଥମ ବର୍ଷ ନାମଲେଖା, ୫.୪ ଲକ୍ଷ ପିଲାଙ୍କ ପାଇଁ ସିଟ ମହଜୁଦ

ଭୁବନେଶ୍ବର: ଚଳିତ ଶିକ୍ଷା ବର୍ଷରେ ଯୁକ୍ତ ୨ ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ପ୍ରିକ୍ରିୟା ଜାରି ରହିଛି । ଗତ ୨୦ତାରିଖରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ ଆଜି ସୁଦ୍ଧା ୧ଲକ୍ଷ୫୦ ହଜାର ଛାତ୍ରଛାତ୍ରୀ ସାମସ ପୋର୍ଟାଲ ମାଧ୍ୟମରେ ଆବେଦନ କରିସାରିଛନ୍ତି। ୨୦୫୮ ହାୟର ସେକେଣ୍ଡାରୀ ସ୍କୁଲରେ ୫ଲକ୍ଷ୪ ହଜାର ସିଟ ମହଜୁଦ ରହିଛି। ସାମସ ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀ ଅତି କମରେ ୫ଟି ହାୟର ସେକେଣ୍ଡାରି ସ୍କୁଲ ପାଇଁ ଆବେଦନ କରିବା ବାଧ୍ୟତାମୂଳକ କରାଯାଇଛି।

ଛାତ୍ରଛାତ୍ରୀ ନିଜର ହ୍ଵାଟସଆପ ନମ୍ବର ଆଡ଼ମିସନ ଫର୍ମରେ ଦେବାକୁ ଡ଼ିଏଚ୍‌ଏସ୍‌ଇ ପକ୍ଷରୁ କୁହାଯାଇଛି। ହ୍ଵାଟ୍ସଆପ ଜରିଆରେ ପିଲାଙ୍କୁ ନାମଲେଖା ସମ୍ପର୍କିତ ସୂଚନା ସହ ପାଠପଢା ସମ୍ପର୍କିତ ଖବର ଦିଆଯିବ। ସେହିଭଳି ସ୍କୁଲ ତରଫରୁ ମିଳିଥିବା ୟୁନିକ ଷ୍ଟୁଡେଣ୍ଟ ଆଇଡ଼ି ମଧ୍ୟ ଫର୍ମ ପୂରଣ ସମୟରେ ଦେବା ବାଧ୍ୟତାମୂଳକ କରାଯାଇଛି। ଆଡ଼ମିସନ ସମ୍ପର୍କିତ କୌଣସି ସୂଚନା ପାଇଁ ଦୁଇଟି ଟୋଲ ଫ୍ରି ନମ୍ବର (155335, 18003456770)ରେ ଛାତ୍ରଛାତ୍ରୀ ଯୋଗାଯୋଗ କରିପାରିବେ।