ପ୍ରକଳ୍ପ ସ୍ତରୀୟ ଆଦ୍ଵିକା କିଶୋରୀ ସୁଭଦ୍ରା ଦିବସ ପାଳିତ

ପ୍ରତିଭାବାନ ଶିଶୁଙ୍କୁ ପୁରସ୍କୃତ

କଲ୍ୟାଣସିଂହପୁର, ୨୧/୬(ନରସିଂହ ନାଥ ମହାପାତ୍ର): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ସଦରରେ ଥିବା ମିଶନ ଶକ୍ତି ଗୃହଠାରେ ସମ୍ମନ୍ୱିତ ଶିଶୁ ବିକାଶ ଯୋଜନା ଦ୍ୱାରା ପ୍ରକଳ୍ପ ସ୍ତରୀୟ ଆଦ୍ଵିକା କିଶୋରୀ ସୁଭଦ୍ରା ଦିବସ ପାଳିତ ହୋଇଛି। ଶିଶୁ ବିକାଶ ଯୋଜନା ଅଧିକାରୀ ମମତା ରାଣୀ ଦାସଙ୍କ ଅଧ୍ୟକ୍ଷାତରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମିନତୀ ଦେଉ ଯୋଗ ଦେଇଥିବା ବେଳେ ଦିବାକର ପରିଚ୍ଛା, ସମସ୍ତ ସେକ୍ଟର ସୁପରଭାଇଜର ବି. ଜୟ ଲକ୍ଷ୍ମୀ, ରେଣୁକୁମାରୀ ପରିଡା, ଜ୍ୟୋସ୍ନା ରାଣୀ ପଣ୍ଡା, ମିଶନ ଶକ୍ତି BPC ରାଜୀବ କୁମାର ପାଢ଼ୀ, କଲ୍ୟାଣସିଂହପୁର ପ୍ରକଳ୍ପର ଅଙ୍ଗନବାଡି କର୍ମୀ ଓ ମମତା ପିଏ ସଂଗ୍ରାମ ସିଂ, ପୋଷଣ ବିଶି. ବିକାଶ ରାଇଗୁରୁ, ସୁଭଦ୍ରା ହେଲ୍ପ ଡେସ୍କ. ଭାରତୀ ରାଉତ, ସରିତା ଦାସ ବିଏସ ଏସ ଓ ବିଶ୍ୱଜିତ ସିଂ ସାମନ୍ତ ପ୍ରମୁଖ ଉପସ୍ଥିତ ରହିଥିଲେ।ବିଶେଷ ଆଦ୍ଵିକା ପିଲାମାନେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଅତି ଆନନ୍ଦର ସହ ଆଦ୍ଵିକା ପିଲାମାନଙ୍କ ବିଭିନ୍ନ ପ୍ରକାର ଟ୍ୟାଲେଣ୍ଟ ପ୍ରଦର୍ଶନ କରିଥିଲେ ଓ ଦୋଳି ଝୁଲା, ନାଚ ଗୀତ ସହ ଅତି ଆଡମ୍ବର ସହକାରେ ଏହି ଦିବସ ପାଳନ କରାଗଲା ଓ ଉତ୍ତମ ଭାବରେ ପ୍ରଦର୍ଶନ କରିଥିବା ପିଲାମାନଙ୍କ ପାଇଁ ଅତିଥିଙ୍କ ଦ୍ୱାରା ପୁରସ୍କାର ବିତରଣ କରାଗଲା। ଶିଶୁ ବିକାଶ ଯୋଜନାର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।