କନିଷ୍ଠ ଶିକ୍ଷକ ନିୟମିତ ଘୋଷଣା

୨୦୨୬ ଜାନୁଆରୀ ୧ରୁ ପିଛିଲା ଭାବେ ନିୟମିତ ଦରମା ପାଇବେ

ଭୁବନେଶ୍ୱର, ୦୧/୧୦: କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କୁ ନିୟମିତ ଘୋଷଣା କଲେ ସରକାର। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ୨୦୨୩-୨୪ ବର୍ଷରେ ନିୟୋଜିତ କନିଷ୍ଠ ଶିକ୍ଷକ ନିୟମିତ ଭାବେ ଘୋଷଣା କରାଯାଇଛି।ଏଲିମେଣ୍ଟାରୀ କ୍ୟାଡର Level-V(A)ରେ ସହକାରୀ ଶିକ୍ଷକ ଘୋଷଣା କରିଛନ୍ତି ସରକାର। ୨୦୨୬ ଜାନୁଆରୀ ୧ରୁ ପିଛିଲା ଭାବେ ନିୟମିତ ଦରମା ପାଇବେ।