କଲ୍ୟାଣ ସିଂହପୁର, ୧୪/୦୭(ନିପ୍ର): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ସିକରପାଇ ପଞ୍ଚାୟତ ବେଲଖଣା ଡାଉନ୍ ରେ ବସ୍ ବାଇକ ମୁହା ମୁହିଁ ଧକ୍କା ହୋଇଥିବା ବେଳେ ଘଟଣା ସ୍ଥଳରେ ବାଇକ୍ ଚାଳକ ଜଣକର ମୃତ ଯାଇଥିବା ଜଣା ପଡ଼ିଛି ।ମୃତ ଯୁବକ ଜଣକ କୋଲନରା ବ୍ଲକ ଶେଷଖାଲ ଗ୍ରାମର ପେଦେରୁ ଏଲେଜି ବୟସ (୩୦) କୌଣସି କାମରେ ନିଜ ଗାଁ ଶେଷଖାଲ ରୁ ସିକରପାଇ ଯାଉଥିବା ବେଳେ ଶ୍ରୀ ଗଣେଷ ଘରେଇ ବସ୍ କାଶିପୁର ରୁ ରାୟଗଡ଼ା ଅଭିମୁଖେ ଯାତ୍ରୀ ନେଇ ଯାଉଥିବା ସମୟରେ ବେଲଖଣା ଡାଉନ୍ ରେ ବାଇକ ସହ ମୁହା ମୁହିଁ ଧକ୍କା ହୋଇଥିଲା ଏହା ପରେ ଗୁରୁତର ଅବସ୍ଥାରେ ଏଲେଜି ଛୋଟ ପୋଟ ହୋଇ ପଡ଼ିଥିବା ବେଳେ ଲୋକେ ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସ କୁ ଯୋଗା ଯୋଗ କରିଥିଲେ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚିବା ପୂର୍ବରୁ ବାଇକ୍ ଚାଳକ ଜଣକର ଜୀବନ ଚାଲି ଯାଇଥିବା ଜଣା ପଡିଛି। ଘଟଣାକୁ ନେଇ ସ୍ଥାନୀୟ ଲୋକେ ରାସ୍ତା ଉପରେ କାଠ ପକାଇ ରାସ୍ତା ଅବରୋଧ କରିଥିବା ବେଳେ ଯାନବାହନ ଚଳାଚଳ ବାଧପ୍ରାପ୍ତ ହୋଇଛି । ଖବର ପାଇ ଘଟଣା ସ୍ଥଳରେ କଲ୍ୟାଣସିଂହପୁର ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି ଏହା ସହିତ ଲୋକ ଙ୍କୁ ଭୁଜା ସୁଝା କରୁଥିବା ଦେଖିବା କୁ ମିଳିଛି।