ପୁରୀ, ୧୫/୦୭: ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଜି ପୁରୀ ଓ ଭଦ୍ରକରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଜିଲ୍ଲା ପ୍ରଶାସନ ଆଜି ଜିଲ୍ଲାର ସମସ୍ତ ସ୍କୁଲ ପାଇଁ ଛୁଟି ଘୋଷଣା କରିଛି।
ଜିଲ୍ଲା କଲେକ୍ଟର ଶିଶୁ ବାଟିକା (ଅଙ୍ଗନୱାଡି) ଠାରୁ ଯୁକ୍ତ ୨ ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ ଏବଂ ଅନୁଦାନପ୍ରାପ୍ତ ବିଦ୍ୟାଳୟ ପାଇଁ ଛୁଟି ଘୋଷଣା କରିଛନ୍ତି। ପ୍ରବଳରୁ ମଧ୍ୟମ ବର୍ଷା ଏବଂ ପାଗର ସମ୍ଭାବନାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏହି ନିଷ୍ପତ୍ତି ନିଆଯାଇଛି।