ପୁରୀ, ୧୬/୦୭: ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ନେଇ ପ୍ରକମ୍ପିତ ବଡ଼ଦାଣ୍ଡ। ଭକ୍ତଙ୍କ ନୃତ୍ୟ, ସଙ୍ଗୀତ ଓ ବାଦ୍ୟରେ ଦୁଲୁକୁଛି ବଡ଼ଦାଣ୍ଡ। ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହେଉଛି ଚତୁର୍ଦ୍ଦିଗ। ରତ୍ନବେଦୀ ଛାଡି ଓହ୍ଲାଇ ଆସିବେ କାଳିଆ ସାଆନ୍ତ। ବଡ଼ଦାଣ୍ଡରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆତୁର ଭକ୍ତ। ଅପରାହ୍ନ ୪ଟାରେ ଆରମ୍ଭ ହେବ ରଥଟଣା
ଏହା ପୂର୍ବରୁ ହୋଇଛି ୩ ରଥର ପ୍ରତିଷ୍ଠା। ଚାହାଣି ମଣ୍ଡପରେ ସରିଲା ରଥ ପ୍ରତିଷ୍ଠା। ଦେଉଳ କରଣ ଓ ଦେଉଳ ପୁରୋହିତ ଉପସ୍ଥିତ ରହି ରଥ ପ୍ରତିଷ୍ଠା ପରେ ରଥ ତ୍ରୟରେ ବନ୍ଧା ହେଲା ତ୍ରମୁଣ୍ଡି କଳସ ଓ ପତାକା।
ଏହା ପରେ ଆରମ୍ଭ ହୋଇଛି ପହଣ୍ଡି। ପହଣ୍ଡିରେ ଆସିଛନ୍ତି ଚକ୍ରରାଜ ସୁଦର୍ଶନ। ଚକ୍ରରାଜ ସୁଦର୍ଶନଙ୍କ ପରେ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ତାଳଧ୍ବଜ ରଥରେ ହୋଇଛନ୍ତି ବିରାଜମାନ।

ଏହାପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ହୋଇଛି। ଦର୍ପଦଳନ ରଥରେ ହେବେ ବିରାଜମାନ। ଘଣ୍ଟ ଘଣ୍ଟି କାହାଳିରେ ପ୍ରକମ୍ପିତ ପରିବେଶ।

ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୋଇଛି। ଝୁଲି ଝୁଲି ଧାଡ଼ି ପହଣ୍ଡିରେ ଆସୁଛନ୍ତି କଳା ସାଆନ୍ତେ। ନନ୍ଦିଘୋଷ ରଥରେ ହେବେ ବିରାଜମାନ।
