ଜେଲ୍‌ରୁ ବାହାରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା

ଶୋଭାଯାତ୍ରାରେ ପାଛୋଟି ନେଲେ ଦଳୀୟ ନେତା ଓ କର୍ମୀ

ବ୍ରହ୍ମପୁର, ୦୧/୦୯: ଜେଲ୍‌ରୁ ବାହାରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା। ହାଇକୋର୍ଟରୁ ଜାମିନ ମିଳିବା ପରେ ଜେଲ୍‌ରୁ ବାହାରିଲେ ବିକ୍ରମ। ଜେଲରୁ ବାହାରିବା ପରେ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ଶୋଭାଯାତ୍ରାରେ ପାଛୋଟି ନେଇଥିଲେ ଦଳୀୟ ନେତା ଓ କର୍ମୀ।

ସୂଚନାଯୋଗ୍ୟ, ବ୍ରହ୍ମପୁରର ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇଥିଲେ। ସେ ମୁଖ୍ୟ ଅଭିଯୁକ୍ତ ଥିଲେ। ତଳକୋର୍ଟରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇଯିବା ପରେ ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ।