ଶ୍ରୀନଗର, ୦୪/୦୯: ଶ୍ରୀନଗର ବିମାନବନ୍ଦରରେ ଆଜି ସକାଳେ ଇଣ୍ଡିଗୋ ବିମାନ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ନବୀ ମୁମ୍ବାଇରୁ ଶ୍ରୀନଗର ଅଭିମୁଖେ ଆସିଥିବା ଇଣ୍ଡିଗୋର ବିମାନ (ଫ୍ଲାଇଟ୍ ୬ଇ ୨୨୫) ସକାଳ ପ୍ରାୟ ୯:୦୨ ମିନିଟ୍ରେ ଶ୍ରୀନଗର ବିମାନବନ୍ଦରରେ ଅବତରଣ କରିଥିଲା।
ଲାଣ୍ଡିଂ କରିବା ପରେ ବେ-ନମ୍ବର ୬ରେ ପାର୍କିଂ ପୋଜିସନ୍ ନେଉଥିବା ସମୟରେ ବିମାନଟି ସେଠାରେ ଥିବା ଭିଜୁଆଲ୍ ଡକିଂ ଗାଇଡାନ୍ସ ସିଷ୍ଟମ୍ ଖୁଣ୍ଟ ସହ ପିଟି ହୋଇଯାଇଥିଲା।
ତେବେ ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ କ୍ରିଉ ମେମ୍ବର ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। କାହାରିକୁ କୌଣସି ଆଘାତ ଲାଗିନାହିଁ। କିନ୍ତୁ ଧକ୍କା ହେବା ଫଳରେ VDGS ଖୁଣ୍ଟଟି ବଙ୍କା ହୋଇ ଢଳି ପଡ଼ିଥିଲା ଏବଂ ବିମାନର ଆଂଶିକ କ୍ଷତି ଘଟିଛି।
ଘଟଣା ପରେ ବିମାନବନ୍ଦର କର୍ତ୍ତୃପକ୍ଷ ଓ ନିୟନ୍ତ୍ରକ ସଂସ୍ଥା ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।