ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର

ଅପରାଧୀର‌ ବାମ ଗୋଡ଼ରେ ବାଜିଛି ଗୁଳି

ଭଦ୍ରକ, ୦୪/୦୯: ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ସିଂକୁ ଏନ୍‌କାଉଣ୍ଟର କଲା ସିମୁଳିଆ ପୋଲିସ। ସିମୁଳିଆ ଥାନା ଅଡ଼ା ଛକ ନିକଟରେ ଏନ୍‌କାଉଣ୍ଟର କରାଯାଇଛି।

ଡକାୟତି ଉଦ୍ୟମ ବେଳେ ପୋଲିସ କାବୁ କରିବାକୁ ଯାଇଥିବା ବେଳେ ପୋଲିସକୁ ଦେଖି ପ୍ରଥମେ ଗୁଳି ଚଳାଇଥିଲା ଲୋକେଶ। ଆତ୍ମରକ୍ଷା ପାଇଁ ପାଲଟା ଆକ୍ରମଣ କରିଥିଲା ପୋଲିସ। ଯାହାଫଳରେ ଲୋକେଶର ବାମ ଗୋଡ଼ରେ ଗୁଳି ବାଜିଛି। ଆହତ ଲୋକେଶକୁ ଭଦ୍ରକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।