ଓଡ଼ିଶା କଂଗ୍ରେସର PAC କମିଟି ଗଠିତ

କମିଟିରେ ୨୯ ଜଣ ସାମିଲ

ଭୁବନେଶ୍ୱର, ୦୫/୦୯: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ରାଜନୈତିକ ବ୍ୟାପାର କମିଟି (ପିଏସି) ଗଠନ କରିଛି ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)। AICC ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳଙ୍କ ପକ୍ଷରୁ ଜାରି ପ୍ରେସ୍‌ ରିଲିଜ୍‌ରେ ଏହି ଘୋଷଣା କରାଯାଇଛି।

ନବଗଠିତ PACର ଅଧ୍ୟକ୍ଷ ଭାବେ ଲାଲଜୀ ଦେଶାଇଙ୍କୁ ଦାୟିତ୍ୱ ଦିଆଯାଇଛି। ତାଙ୍କ ସହ ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ, ପୂର୍ବତନ ପିସିସି ସଭାପତି, ବିଧାୟକ ଓ ବିଭିନ୍ନ ସାଂଗଠନିକ ଅଭିଜ୍ଞତା ଥିବା ନେତାଙ୍କୁ କମିଟିରେ ସାମିଲ କରାଯାଇଛି।

ଓଡ଼ିଶାରେ ଦଳର ସାଂଗଠନିକ ସ୍ଥିତିକୁ ମଜବୁତ କରିବା, ତୃଣମୂଳସ୍ତରରେ ଦଳକୁ ସକ୍ରିୟ କରିବା ଏବଂ ଆଗାମୀ ରାଜନୈତିକ ଲଢ଼େଇ ପାଇଁ ରଣନୀତି ପ୍ରସ୍ତୁତିରେ ଏହି କମିଟିର ଭୂମିକା ରହିବ।

AICC ପକ୍ଷରୁ ଘୋଷିତ ତାଲିକା ଅନୁସାରେ କମିଟିରେ ମୋଟ ୨୯ ଜଣ ସଦସ୍ୟ ରହିଛନ୍ତି। ୨୯ ଜଣିଆ PACରେ ଓଡ଼ିଶା କଂଗ୍ରେସର ଅନେକ ବରିଷ୍ଠ ଓ ଅଭିଜ୍ଞ ନେତାଙ୍କୁ ଏକାଠି କରାଯାଇଛି।

ସେମାନେ ହେଲେ:-

୧. ଲାଲଜୀ ଦେଶାଇ — ଅଧ୍ୟକ୍ଷ

୨. ଭକ୍ତ ଚରଣ ଦାସ

୩. ରାମଚନ୍ଦ୍ର କଡ଼ମ

୪. ଡ. ଗିରିଧର ଗମାଙ୍ଗ

୫. ନିରଞ୍ଜନ ପଟ୍ଟନାୟକ

୬. ଜୟଦେବ ଜେନା

୭. ଶରତ ପଟ୍ଟନାୟକ

୮. ପ୍ରସାଦ ହରିଚନ୍ଦନ

୯. ସପ୍ତଗିରି ଶଙ୍କର ଉଲାକା

୧୦. ଡ. ରାମଚନ୍ଦ୍ର ଖୁଣ୍ଟିଆ

୧୧. ନରସିଂହ ମିଶ୍ର

୧୨. ଶ୍ରୀକାନ୍ତ ଜେନା

୧୩. ଜଗନ୍ନାଥ ପଟ୍ଟନାୟକ

୧୪. କିଶୋର ପଟେଲ

୧୫. ଅମର ନାଥ ପ୍ରଧାନ

୧୬. ସୁରେଶ ରାଉତରାୟ

୧୭. ନାଗେନ୍ଦ୍ର ପ୍ରଧାନ

୧୮. ପଞ୍ଚାନନ କାନୁନଗୋ

୧୯. ଶରତ ରାଉତ

୨୦. ସରସ୍ୱତୀ ହେମ୍ବ୍ରମ

୨୧. ଅନନ୍ତ ପ୍ରସାଦ ସେଠୀ

୨୨. ତାରା ପ୍ରସାଦ ବାହିନୀପତି

୨୩. ସି.ଏସ୍. ରାଜେନ୍‌ ଏକ୍କା

୨୪. ସନ୍ତୋଷ ସିଂହ ସାଲୁଜା

୨୫. ଡ. ଦେବାଶିଷ ପଟ୍ଟନାୟକ

୨୬. ଶିବାନନ୍ଦ ରାୟ

୨୭. ଡ. ବିଶ୍ୱରଞ୍ଜନ ମହାନ୍ତି

୨୮. ସଶ୍ମିତା ବେହେରା

୨୯. ସିଦ୍ଧାର୍ଥ ସ୍ୱରୂପ ଦାଶ

ପିଏସିରେ ୨୯ ଜଣଙ୍କ ବ୍ୟତୀତ ୫ଟି ପଦକୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।

୧. ଓଡ଼ିଶା ସହ ସଂଯୁକ୍ତ AICC ସଚିବମାନେ

୨. ପ୍ରଦେଶ ମହିଳା କଂଗ୍ରେସ ସଭାପତି

୩. ରାଜ୍ୟ ସେବା ଦଳ ମୁଖ୍ୟ

୪. ପ୍ରଦେଶ ଯୁବ କଂଗ୍ରେସ ସଭାପତି

୫. NSUI ସଭାପତି