ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝରରୁ ଆଭାସୀ ମାଧ୍ୟମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
କଲ୍ୟାଣସିଂହପୁର, ୭/୧୧(ନିପ୍ର): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକର ସେରିଗୁମ୍ମା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ନିକଟରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଭିର୍ତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। କେନ୍ଦୁଝର ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକୋମଳରେ ଉଦଘାଟନ ଉତ୍ସବ କରିଥିବା ବେଳେ
ସେରିଗୁମ୍ମା ଠାରେ ସଂମାନ୍ନୀତ ଅତିଥି ଭାବେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ମେଲକା, ସରପଞ୍ଚ ଦିପାଇ ନାଚିକା , ନାଏବ ଜାଗାରାଓ ମିଣିଆକା , ସମିତି ସଭ୍ୟ ରାମାରାଓ କାଡ୍ରାକା,ବିଦ୍ୟାଳୟ ର ପରିଚାଳନା କମିଟିର ଅଧକ୍ଷ କୁଶ ପୀଡିଷିକା , ବୁଦ୍ଧିଜୀବୀ ଗଙ୍ଗାଧର ବେହେରା, ସି ଆର ସି ସି ଲକ୍ଷ୍ମଣ କଣ୍ଡାଗରୀ ପ୍ରମୁଖ ମଞ୍ଚାସିନ ରହିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତୃତୀୟ ପର୍ଯ୍ୟାୟରେ ୬୩୦ଟି ବିଦ୍ୟାଳୟକୁ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିର୍ତ୍ତିପ୍ରସ୍ତର ସ୍ଥାପନରୁ ରାୟଗଡା ଜିଲ୍ଲାରେ ୩୦ଟି ମଧ୍ୟରୁ କଲ୍ୟାଣ ସିଂହପୁର ବ୍ଲକର ୬ଟି ଧାମୁଣିପଙ୍ଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନାରାୟଣପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ସେରିଗୁମ୍ମା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ସିଙ୍ଗାରି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଶିକରପାଇ ପ୍ରାଥମିକ ବିଦ୍ୟାଳୟ ଓ ପୂଜାରୀଗୁଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟକୁ ଆଭାସୀ ମାଧ୍ୟମରେ ଭିର୍ତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏଥିରେ ନିମନ୍ତ୍ରିତ ଅତିଥି ଉପସ୍ଥିତ ରହିଥିଲେ।