ସ୍ୱାମୀ ଆଇଆପ୍ପାଙ୍କ ବିଗ୍ରହ ନଗର ପରିକ୍ରମା

୪୫ ଦିନ ପରେ ଶାବରୀ ମାଳା ଯାତ୍ରା କରିବେ

କଲ୍ୟାଣ ସିଂହପୁର, ୧୬/୧୧(ନିପ୍ର): ପ୍ରତି ବର୍ଷ ନଭେମ୍ବର ମାସ ୧୬ ତାରିଖ ଦିନ ସାବାରୀ ମାଳାରେ ଥିବା ସ୍ୱାମୀ ଆଇଆପ୍ପାଙ୍କ ମନ୍ଦିରର ଦ୍ୱାର ଖୋଲା ଯାଉଛି। ସେହି ଅବସରରେ ଆଜି କଲ୍ୟାଣ ସିଂହପୁର ବ୍ଲକର ସଦର ମହକୁମାରେ ଆଇଆପ୍ପା ଦୀକ୍ଷାଧାରୀମାନେ ପ୍ରାତଃ ସ୍ନାନ ସାରୀ ମନ୍ଦିରରେ ପୂଜାପାଠ କରି ସମ୍ପୂର୍ଣ୍ଣ ଶରୀରରେ ହଳଦୀ ବୋଳି ହୋଇ ଭଗବାନ ଆଇଆପ୍ପାଙ୍କୁ ଧରି ତାଙ୍କ ନାମଗାନ ସଂକୀର୍ତ୍ତନ କରି ଗ୍ରାମ ପରିକ୍ରମା କରିଥିଲେ। ନଗର ପରିକ୍ରମା କରିବା ସମୟରେ ଭକ୍ତ ମାନେ ସ୍ଥାନେ ସ୍ଥାନେ ସ୍ୱାମୀ ଆଇଆପ୍ପାଙ୍କ ବିଗ୍ରହରେ ପୂଜା ଭୋଗ ଦେଉଥିବା ଦେଖିବାକୁ ମିଳିଛି। ଏଥିରେ ଶିକରପାଇ,କଲ୍ୟାଣ ସିଂହପୁର ଅଞ୍ଚଳର ପ୍ରାୟ ୮୦ ଜଣ ଦୀକ୍ଷାଧାରୀ ଟି ରାମାରାଓ, ମାଲେସ ସ୍ୱାମୀ ଦୁହେଁ ଗୁରୁ ଉପସ୍ଥିତ ରହିଥିଲେ। ୪୫ଦିନ ଧରି ସ୍ୱାମୀ ଆଇଆପ୍ପାଙ୍କ ପୂଜାପାଠ କରିବା ପରେ ଶେଷ ଦିନ ଇରିମୁଲି ଧାରଣ କରି ଶାବରୀ ମାଳା ଯାତ୍ରା କରିବେ।