ରାୟଗଡା/ମୁନିଗୁଡ଼ା, ୧୬/୧୧(ଦକ୍ଷ ବାଥ୍ରା): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଭୈରଗଡ଼ ଗାଁ ନିକଟରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ଅମ୍ବାଦଳା ଥାନା ଅନ୍ତର୍ଗତ ସରଧାପୁର ପଞ୍ଚାୟତ ହାତୀପଦର ଗ୍ରାମର ବୋଲି ଜଣାପଡ଼ିଛି।ଦୁର୍ଘଟଣାରେ ଆହତ ଦୁଇଜଣଙ୍କ ମଧ୍ୟରୁ ଜଣେ ଅମ୍ବାଦଳା ଥାନା ଅନ୍ତର୍ଗତ ଅନଯୋଡ଼ି ଗ୍ରାମର ହୋଇଥିବା ବେଳେ ଅନ୍ୟଜଣେ ମୁନିଗୁଡ଼ା ଥାନା ଅନ୍ତର୍ଗତ ଛେଳିଆନାଳ ଗ୍ରାମର ବୋଲି ଜଣାପଡ଼ିଛି। ଉଭୟ ଗୁରୁତରଙ୍କୁ ଉଦ୍ଧାର କରାଯାଇ ମୁନିଗୁଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ତାଙ୍କ ସମ୍ପର୍କୀୟ ବିଷମ କଟକ ଘରୋଇ ହସ୍ପିଟାଲକୁ ନିଆଯାଇଥିବା ସୂଚନା ମିଳିଛି। ଖବର ପାଇ ମୁନିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି।
Prev Post
Next Post