ରାଜ୍ୟ ସରକାରୀ କର୍ମଚାରୀଙ୍କ DA ୩% ବୃଦ୍ଧି

୬୦ରୁ ୬୩%କୁ ବଢ଼ିଲା

ଭୁବନେଶ୍ୱର, ୧୭/୧୧: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ମହଙ୍ଗା ଭତ୍ତା (DA) ୩ ପ୍ରତିଶତ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାଦ୍ୱାରା କର୍ମଚାରୀଙ୍କ DA ୬୦ ପ୍ରତିଶତରୁ ବୃଦ୍ଧି ପାଇ ୬୩ ପ୍ରତିଶତ ହୋଇଛି। ୨୦୨୬ ଜୁଲାଇ ୧ ତାରିଖଠାରୁ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଲାଗୁ ହେବ।

ଆସନ୍ତା ନଭେମ୍ବର ମାସର ଦରମା ସହିତ କର୍ମଚାରୀମାନେ ବର୍ଦ୍ଧିତ DA ନଗଦ ଆକାରରେ ପାଇବେ। କେବଳ କାର୍ଯ୍ୟରତ ସରକାରୀ କର୍ମଚାରୀ ନୁହନ୍ତି, ପେନସନଭୋଗୀଙ୍କ ପାଇଁ ମଧ୍ୟ ରାଜ୍ୟ ସରକାର ଘୋଷଣା କରିଛନ୍ତି ଖୁସି ଖବର। ପେନସନଭୋଗୀଙ୍କ ଅସ୍ଥାୟୀ ବୃଦ୍ଧି (TI) ମଧ୍ୟ ୩ ପ୍ରତିଶତ ବଢ଼ାଯାଇଛି। ନଭେମ୍ବର ମାସର ପେନସନ ସହିତ ସେମାନଙ୍କୁ ବର୍ଦ୍ଧିତ TI ମିଳିବ।

ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ପ୍ରାୟ ୮.୫ ଲକ୍ଷ ସରକାରୀ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ। ମହଙ୍ଗା ଭତ୍ତା ବୃଦ୍ଧି ଫଳରେ କର୍ମଚାରୀ ଓ ପେନସନଭୋଗୀଙ୍କ ମାସିକ ଆୟରେ ବୃଦ୍ଧି ଘଟିବ।