ଗଞ୍ଜାମ, ୨୩/୧୧: ଗଞ୍ଜାମରେ ବାତ୍ୟା ଓ ବନ୍ୟାରେ ପ୍ରଭାବିତ ଅଞ୍ଚଳରେ ପହଞ୍ଚି କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆକାଶ ମାର୍ଗରୁ ପ୍ରଭାବିତ ଅଞ୍ଚଳର ସ୍ଥିତି ଦେଖିବା ପରେ ସେ ଜିଲ୍ଲାର ପୁରୁଷୋତ୍ତମପୁରରେ ପହଞ୍ଚି ଜମିରେ କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ବିଲ ଭିତରକୁ ଯାଇ ଫସଲର ସ୍ଥିତି ଦେଖିବା ସହ କ୍ଷୟକ୍ଷତିର ଆକଳନ କରିଥିଲେ। ଚାଷୀମାନଙ୍କଠାରୁ ସିଧାସଳଖ ସମସ୍ୟା ଶୁଣିଥିଲେ ମୁଖ୍ୟମନ୍ତ୍ରୀ।
ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ ବାତ୍ୟା ଅର୍ଣ୍ଣବ ଓ ଅକୱାନର ପ୍ରଭାବରେ ଚାଷଜମି ସମେତ ବିଭିନ୍ନ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ଏହି ଅନୁଧ୍ୟାନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରମୁଖ ଉପସ୍ଥିତ ଅଛନ୍ତି।