ରାୟଗଡ଼ା, ୨୪/୦୬: ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ ପଟ୍ଟନାୟକ ଗିରଫ। କାର୍ଯ୍ୟ ଅଭିଜ୍ଞତା ପ୍ରମାଣପତ୍ର ପାଇଁ ଠିକାଦାରଙ୍କଠାରୁ ନେଉଥିଲେ ଲାଞ୍ଚ। ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଗିରଫ କଲା ଭିଜିଲାନ୍ସ ଟିମ୍।
ହେଲେ ଛାନଭିନ ସମୟରେ ଘରୁ ଆଉ ୩ ଲକ୍ଷ ୪୭ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ରାୟଗଡ଼ା କ୍ୱାର୍ଟରରୁ ଲାଞ୍ଚକୁ ମିଶାଇ ମୋଟ୍ ୫ ଲକ୍ଷ ୩୯ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ।
ଚଳିତ ବର୍ଷ ଜୁନ୍ ୩୦ରେ ଚାକିରିରୁ ଅବସର ନେଇଥାନ୍ତେ ଯନ୍ତ୍ରୀ ପ୍ରସନ୍ନ ପଟ୍ଟନାୟକ। ହେଲେ ଅବସରର ଠିକ୍ ସପ୍ତାହକ ପୂର୍ବରୁ ଭିଜିଲାନ୍ସ ହାବୁଡ଼ରେ ପଡ଼ିଗଲେ।