ହୋଟେଲ ମାଲିକଙ୍କୁ ହତ୍ୟା: ଅଭିଯୁକ୍ତକୁ ଏନକାଉଣ୍ଟର

ମୁଖ୍ୟ ଅଭିଯୁକ୍ତ ସହ ଆଉ ଜଣେ ଫେରାର

ପୁରୀ, ୨୪/୦୬: ହୋଟେଲ ମାଲିକଙ୍କୁ ନିର୍ମମ ହତ୍ୟା। ପୁରୀ ବଳିଆପଣ୍ଡା ଥାନା ଅଞ୍ଚଳରେ ଥିବା ମନୋରମା ହୋଟେଲର ମାଲିକ ପବିତ୍ର ନାୟକଙ୍କୁ ହତ୍ୟା କରିଛନ୍ତି କିଛି ଦୁର୍ବୃତ୍ତ। ଏହି ଘଟଣାରେ ସଂପୃକ୍ତ ଏକ ଅଭିଯୁକ୍ତକୁ ଏନକାଉଣ୍ଟର କରିଛି ପୁରୀ ପୁଲିସ। ତେବେ ଅନ୍ୟ ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ଓମ୍‌କାରେଶ୍ୱର ରୋଡ୍‌ରେ ଚନ୍ଦନ କୁମାର ପଲାରକୁ ଏନକାଉଣ୍ଟର କରିଛି ପୋଲିସ। ଅଭିଯୁକ୍ତର ବାମ ଗୋଡ଼଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ମୁଖ୍ୟ ଅଭିଯୁକ୍ତ ଚିନ୍ମୟ ପଲାର ସହିତ ଅନ୍ୟ ଜଣେ ଫେରାର ଅଛି। ଏନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି। ଦୁଇଟି ଟିମ୍ ଗଠନ କରି ପୋଲିସ ସେମାନଙ୍କୁ ଖୋଜୁଛି। ତେବେ ହୋଟେଲ ରୁମ୍ ଭଡାକୁ ନେଇ ସାମାନ୍ୟ ବଚସା ସୃଷ୍ଟି ହେବା ପରେ ଏହି ହତ୍ୟାକାଣ୍ଡ ଘଟିଥିବା ଏସପି କହିଛନ୍ତି।