୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୩୦ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର : ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୩୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୬୨ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪୬୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୪୩ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୦୫୪୯୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

ଅନୁଗୁଳ ଜିଲ୍ଲାରୁ ୨ଜଣ, ବାଲେଶ୍ୱର ଜିଲ୍ଲାରୁ ୨୫ଜଣ, ବରଗଡ଼ ଜିଲ୍ଲାରୁ ୨୩ଜଣ, ଭଦ୍ରକ ଜିଲ୍ଲାରୁ ୧୪ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୭ଜଣ, ବୌଦ୍ଧ ଜିଲ୍ଲାରୁ ଜଣେ, କଟକ ଜିଲ୍ଲାରୁ ୧୧୧ଜଣ, ଦେଓଗଡ଼ ଜିଲ୍ଲାରୁ ୩ଜଣ, ଢେଙ୍କାନାଳ ଜିଲ୍ଲାରୁ ୩ଜଣ, ଗଜପତି ଜିଲ୍ଲାରୁ ୫ଜଣ, ଗଞ୍ଜାମ ଜିଲ୍ଲାରୁ ୪ଜଣ, ଜଗତସିଂହପୁର ଜିଲ୍ଲାରୁ ୧୦ଜଣ, ଯାଜପୁର ଜିଲ୍ଲାରୁ ୩୬ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨୫ଜଣ, କଳାହାଣ୍ଡି ଜିଲ୍ଲାରୁ ୯ଜଣ, କନ୍ଧମାଳ ଜିଲ୍ଲାରୁ ୧୭ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୮ଜଣ, କେନ୍ଦୁଝର ଜିଲ୍ଲାରୁ ୧୧ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୦୯ଜଣ, କୋରାପୁଟ ଜିଲ୍ଲାରୁ ୧୧ଜଣ, ମାଲକାନଗିରି ଜିଲ୍ଲାରୁ ଜଣେ, ମୟୁରଭଞ୍ଜ ଜିଲ୍ଲାରୁ ୯୩ଜଣ, ନବରଙ୍ଗପୁର ଜିଲ୍ଲାରୁ ୯ଜଣ, ନୟାଗଡ଼ ଜିଲ୍ଲାରୁ ୩୩ଜଣ, ନୂଆପଡ଼ା ଜିଲ୍ଲାରୁ ୧୬ଜଣ, ପୁରୀ ଜିଲ୍ଲାରୁ ୧୪ଜଣ, ରାୟଗଡ଼ା ଜିଲ୍ଲାରୁ ୧୪ଜଣ, ସମ୍ବଲପୁର ଜିଲ୍ଲାରୁ ୧୦୬ଜଣ, ସୋନପୁର ଜିଲ୍ଲାରୁ ୧୮ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୨୫ଜଣ, ଷ୍ଟେଟ ପୁଲ୍‌ରୁ ୪୭ଜଣ ରହିଛନ୍ତି ।