କେରଳରେ ସାମ୍ନାକୁ ଆସିଲା ମଙ୍କିପକ୍ସର ଆଉ ଏକ ମାମଲା

କେରଳରେ ମଙ୍କିପକ୍ସର ଆଉ ଏକ ମାମଲା ମିଳିଛି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବିନା ଜର୍ଜ ଏ ସମ୍ପର୍କରେ ପୁଷ୍ଟି କରିଛନ୍ତି। ରାଜ୍ୟରେ ମଙ୍କିପକ୍ସର ଏହା ତୃୀତୟ ମାମଲା ବୋଲି ସେ କହିଛନ୍ତି। ଏହି ଆକ୍ରାନ୍ତ ଜୁଲାଇ ୬ ତାରିଖ ଦିନ ୟୁଏଇରୁ ଫେରିଥିଲେ। ତାଙ୍କଠାରେ ଜୁଲାଇ ୧୩ ବେଳକୁ ଲକ୍ଷଣ ଦେଖା ଯାଇଥିଲା। ଏବେ ରୋଗୀଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ସନ୍ଧାନ କରାଯାଉଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ରାଜ୍ୟରେ ମଙ୍କିପକ୍ସର ୩ଟି ମାମଲା ପୁଷ୍ଟି ହୋଇଛି। ସବୁ ମାମଲାର ଟ୍ରାଭେଲ ହିଷ୍ଟ୍ରି ରହିଛି ଓ ସେମାନେ ବିଦେଶରୁ ଫେରିବା ପରେ ସେମାନଙ୍କ ଠାରେ ଲକ୍ଷଣ ପ୍ରକାଶ ପାଇଛି। ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କ ଠାରେ ମଙ୍କିଫକ୍ସ ଲକ୍ଷଣ ଦେଖା ଦେବା ପରେ ତାଙ୍କୁ କେରଳର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଦେହରେ ଉଚ୍ଚ ତାପମାତ୍ରାର ଜ୍ୱର ସହ ଦେହରେ ଫୋଟକା ଥିଲା। ତାଙ୍କ ନମୁନା ସଂଗ୍ରହ କରି ଏନଆଇଭି ପଠାଯାଇଥିବା ବେଳେ ମଙ୍କିପକ୍ସ ପୁଷ୍ଟି ହୋଇଥିଲା।