୨୦୦୬ ବ୍ୟାଚ୍‌ର ୫ ଆଇପିଏସ୍‌ଙ୍କ ଆଇଜି ପାହ୍ୟାକୁ ପଦୋନ୍ନତି

ଡିଆଇଜି ଅନୁପ ସାହୁ, ଅମ୍ରିତା ଦାଶ, ଅନିରୁଦ୍ଧ କୁମାର ସିଂହ, ଅନୁପ କ୍ରୀଷ୍ଣା ଓ ସୁଧା ସିଂହଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି।

ଘନଶ୍ୟାମ ଉପାଧ୍ୟାୟ ହେଲେ ଏଡିଜି

ଭୁବନେଶ୍ବର, ୨୯/୧୨/୨୩: ୧୯୯୯ ବ୍ୟାଚର ବରିଷ୍ଠ ଆଇପିଏସ୍ ଅଧିକାରୀ ଘନଶ୍ୟାମ ଉପାଧ୍ୟାୟଙ୍କୁ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ପାହ୍ୟାକୁ ପଦୋନ୍ନତି ମିଳିଛି। ଉପାଧ୍ୟାୟ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ସେହିପରି ୨୦୦୬ ବ୍ୟାଚର ୫ ଆଇପିଏସଙ୍କୁ ମଧ୍ୟ ଆଇଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି।

ଡିଆଇଜି ଅନୁପ ସାହୁ, ଅମ୍ରିତା ଦାଶ, ଅନିରୁଦ୍ଧ କୁମାର ସିଂହ, ଅନୁପ କ୍ରୀଷ୍ଣା ଓ ସୁଧା ସିଂହଙ୍କୁ ମଧ୍ୟ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି। ଏହା ସହ ଅନ୍ୟ ୧୮ ଜଣ ଆଇପିଏସ୍ ଅଫିସରଙ୍କୁ ବିଭିନ୍ନ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି।

ଏବେ କେନ୍ଦ୍ରୀୟ ଡେପୁଟେସନରେ ଥିବା ଅନ୍ୟ ୪ ଜଣ ଅଧିକାରୀଙ୍କୁ ଆଇଜି ପୁଲିସ ପାହ୍ୟାକୁ ପଦୋନ୍ନତି ମିଳିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।