ଲଣ୍ଡନରେ ଦୁର୍ଗାପୂଜା: ଜସ୍ମିନ ଜେନାଙ୍କ ଓଡିଶୀ ନୃତ୍ୟରେ ଦର୍ଶକ ଭାବମୋହିତ

ଓଡିଶୀ ନୃତ୍ୟକଳା ଓ ଆଧ୍ୟାତ୍ମିକ ଭାବଧାରାକୁ ପ୍ରତିଫଳିତ କଲେ

ଲଣ୍ଡନ, ୨୬/୧୦: ବ୍ରିଟେନରେ ବସବାସ କରୁଥିବା ବଙ୍ଗାଳି ଭାଷାଭାସି ଓ ଭାରତୀୟ ସମୁଦାୟ ପକ୍ଷରୁ ଆୟୋଜିତ ଦୁର୍ଗାପୂଜା ଉତ୍ସବରେ ଓଡିଶୀ ନୃତ୍ୟଶିଳ୍ପୀ ଶ୍ରୀମତୀ ଜସ୍ମିନ ଜେନା ‘ଶିବ ତାଣ୍ଡବ’ ନୃତ୍ୟ ପରିବେଷଣ କରି ଶତାଧିକ ଭାରତୀୟ ଓ ଲଣ୍ଡନ ବାସୀଙ୍କୁ ଆମୋହିତ କରିଛନ୍ତି । ଲଣ୍ଡନର ସାଉଥ୍ ରୁଇସ୍ଲିପ୍‌ସ୍ଥିତ ଗ୍ରାଣ୍ଟ ଭ୍ୟୁ ବାଙ୍କୁଏଟିଂ ହଲ୍‌ରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଉତ୍ସବରେ ତନୁଶ୍ରୀ ବାନାର୍ଜୀ ଓ ବ୍ରିଟେନରେ କାର୍ଯ୍ୟରତ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ଶର୍ମିଷ୍ଠା ଗୁହା ଉପସ୍ଥାପକ ଭାବେ ଦାୟିତ୍ୱ ତୁଲାଇଥିଲେ।

ଶ୍ରୀମତୀ ଜସ୍ମିନ ଜେନାଙ୍କ ‘ଶିବ ତାଣ୍ଡବ’ ନୃତ୍ୟ ପରିବେଷଣ ଭାରତୀୟ ଧାର୍ମିକ ଓ ସାଂସ୍କୃତିକ ପରମ୍ପରାର ଏକ ସୁନ୍ଦର ଉପସ୍ଥାପନା ଥିଲା। ଏହି ପରିବେଷଣ ମାଧ୍ୟମରେ ସେ ଓଡିଶୀ ନୃତ୍ୟକଳା ଓ ଆଧ୍ୟାତ୍ମିକ ଭାବଧାରାକୁ ପ୍ରତିଫଳିତ କରିଥିଲେ।ବିଦେଶ ମାଟିରେ ଦୁର୍ଗାପୂଜା ଭଳି ପର୍ବର ଆୟୋଜନ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ନିଜ ଦେଶର କଳା, ସଂସ୍କୃତି ଓ ପରମ୍ପରାକୁ ଜୀବନ୍ତ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି।

ଶ୍ରମତୀ ଜସ୍ମିନଙ୍କ ନୃତ୍ୟ ଜୀବନ ପାଇଁ ମାଆ ରଶ୍ମି ଜେନା, ଶାଶୁ, ଶଶୁର ଓ ସ୍ୱାମୀ ଇଞ୍ଜନିୟର ଶ୍ରୀଯୁକ୍ତ ସତ୍ୟଜିତ ଦାସ ଓ ଓଡିଶୀ ନୃତ୍ୟଗୁରୁ ତଥା ଓଡ଼ିଆ ଅଧ୍ୟାପକ ଡ଼କ୍ଟର ଚିତ୍ତ ରଞ୍ଜନ ସାହାଣୀଙ୍କ ପ୍ରେରଣା ଓ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ରହିଛି ବୋଲି କୁହନ୍ତି।