ମନଗଢ଼ା ପ୍ରେସ ରିଲିଜ ଜରିଆରେ ବିଭ୍ରାନ୍ତ କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଶିକ୍ଷକ ନିଯୁକ୍ତିରୁ ରାଜନୈତିକ ଫାଇଦା ଉଠାଇବାକୁ ଉଦ୍ୟମ କରୁଛନ୍ତି ଧର୍ମେନ୍ଦ୍ର ବୋଲି ବିଜେଡି ଅଭିଯୋଗ କରିଛି।

ଇଡିସିଆଇଏଲ, ଓସେପା ସ୍ପଷ୍ଟ କରିଛନ୍ତି: ସସ୍ମିତ

ଭୁବନେଶ୍ୱର, ୨୪/୦୧/୨୦୨୪: ମନଗଢ଼ା ପ୍ରେସ ରିଲିଜ ଜରିଆରେ ଶିକ୍ଷକ ନିଯୁକ୍ତି ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ବିଭ୍ରାନ୍ତ କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଏଭଳି ଘଟଣାରୁ ତାଙ୍କର ରାଜନୈତିକ ଫାଇଦା ଉଠାଇବାର ମାନସିକତା ସ୍ପଷ୍ଟ ବାରି ହୋଇ ପଡୁଛି ବୋଲି କହିଛନ୍ତି ବିଜେଡି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡ଼ ସସ୍ମିତ ପାତ୍ର।

ଏକ ଟୁଇଟ କରି ଡ଼ ପାତ୍ର କହିଛନ୍ତି ଯେ, ଭାରତ ସରକାରଙ୍କ ଅଧିନରେ ଥିବା ‘ମିନିରତ୍ନ’ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ସଂସ୍ଥା ଇଡିସିଆଇଏଲ (ଇଣ୍ଡିଆ) ଲିମିଟେଡ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ କନିଷ୍ଠ ଶିକ୍ଷକ ନିଯୁକ୍ତି ନେଇ ସବୁ କିଛି ସ୍ପଷ୍ଟ କରାଯାଇଛି। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ର ଟ୍ୱିଟ ଏହାକୁ ସ୍ପଷ୍ଟ କରିଛି।

ତେବେ ଏକ ଅନୌପଚାରିକ, ଦସ୍ତଖତ ବିହୀନ ଓଡିଆ ପ୍ରେସ ରିଲିଜ ଦ୍ୱାରା ସତ୍ୟକୁ ବିଭ୍ରାନ୍ତ ଓ ମିଥ୍ୟା ପ୍ରମାଣିତ କରିବା ପାଇଁ ଭୁଲ ଭାବେ ପ୍ରସାରିତ କରାଯାଇଛି।

ଶିକ୍ଷକ ନିଯୁକ୍ତି ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ରାଜନୀତି କରିବା ଏବଂ ମିଥ୍ୟା ଖବରକୁ ସମ୍ବେଦନଶୀଳ କରିବା ଆଶ୍ଚର୍ଯ୍ୟଜନକ ଏବଂ ଯେକୌଣସି ଉପାୟରେ ରାଜନୈତିକ ଫାଇଦା ଉଠାଇବାର ମାନସିକତାକୁ ଏହା ଦର୍ଶାଉଛି ବୋଲି ଡ଼ ପାତ୍ର କହିଛନ୍ତି।