ଆଇପିଏସ/ଓପିଏସ ସ୍ତରରେ ଅଦଳବଦଳ

ରାଜ୍ୟରେ ଆଜି ଆଇପିଏସ ଓ ଓପିଏସ ସ୍ତରରେ ବଡ ଧରଣର ଅଦଳବଦଳ କରାଯାଇ ୬ ଜିଲ୍ଲାକୁ ନୂଆ ଏସପି ସହ ଟ୍ୱିନ ସିଟିକୁ ମଧ୍ୟ ନୂଆ କମିଶନରେଟ ପୋଲିସ ମିଳିଛନ୍ତି।

ସଞ୍ଜୀବ ପଣ୍ଡା ଟ୍ୱିନ ସିଟି କମିଶନର

ଭୁବନେଶ୍ୱର,୨୪/୦୧/୨୦୨୪: ଓଡ଼ିଶା ସରକାର ବୁଧବାର ଆଇପିଏସ୍ ଓ ଓପିଏସ୍ କ୍ୟାଡରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି।

ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ୧୯୯୪ ବ୍ୟାଚ୍ ଆଇପିଏସ୍ ଅଫିସର ସଞ୍ଜୀବ ପଣ୍ଡା ଗୁଇନ୍ଦା ନିର୍ଦ୍ଦେଶକ ତଥା ଓପିଏଚଡବ୍ଲ୍ୟୁସିର ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱରେ ଥିବା ବେଳେ ବର୍ତ୍ତମାନ ତାଙ୍କୁ ଭୁବନେଶ୍ୱର-କଟକ ପୁଲିସ କମିସନର ଭାବେ ବଦଳି କରାଯାଇଛି।

ସେହିପରି ୧୯୯୫ ବ୍ୟାଚର ଆଇପିଏସ୍ ଅଫିସର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ବର୍ତ୍ତମାନ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ୧୯୯୫ ଆଇପିଏସ୍ ଅଫିସର ସନ୍ତୋଷ ବାଲାଙ୍କୁ ପୋଲିସ ହାଉସିଂବୋର୍ଡର ଅତିରିକ୍ତ ଦାୟିତ୍ବରେ ନିଯୁକ୍ତ କରାଯାଇଛି।

୨୦୦୩ ବ୍ୟାଚ୍ ଆଇପିଏସ୍ ଅଧିକାରୀ ହିମାଂଶୁ କୁମାର ଲାଲଙ୍କୁ ବର୍ତ୍ତମାନ ସମ୍ବଲପୁରର ଉତ୍ତରାଞ୍ଚଳ ଆଇଜି, ୨୦୦୪ ବ୍ୟାଚର ଆଇପିଏସ୍ ଅଫିସର ଡ. ଦୀପକ କୁମାରଙ୍କୁ ବର୍ତ୍ତମାନ ବଦଳି କରାଯାଇ ତାଳଚେର ଉତ୍ତର-କେନ୍ଦ୍ରାଞ୍ଚଳର ଆଇଜି ଏବଂ ୨୦୦୪ ବ୍ୟାଚ୍ ଆଇପିଏସ୍ ଅଫିସର ସତ୍ୟବ୍ରତ ଭୋଇଙ୍କୁ ବର୍ତମାନ ବାଲେଶ୍ୱର ପୂର୍ବାଞ୍ଚଳ ରେଞ୍ଜ ଆଇଜି ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ୨୦୦୫ ବ୍ୟାଚର ଆଇପିଏସ୍ ଅଫିସର ଜୟ ନାରାୟଣ ପଙ୍କଜଙ୍କୁ ବର୍ତ୍ତମାନ ଦକ୍ଷିଣାଞ୍ଚଳ ଆଇଜି ଭାବରେ ଅବସ୍ଥାପିତ କରାଯାଇଛି।

ସେହିପରି ୨୦୧୦ ବ୍ୟାଚ୍ ଆଇପିଏସ୍ ଅଫିସର ପୁରୀ ଡିଆଇଜି/ଏସପି ଥିବା କନୱର ବିଶାଲ ସିଂହଙ୍କୁ ବର୍ତ୍ତମାନ ବଦଳି କରାଯାଇ ଡି.ଆଇ.ଜି.ପି ପାହ୍ୟାରେ କଟକ ଡି.ସି.ପି ଭାବେ ନିଯୁକ୍ତି ଦିଆଯାଇଛି।

୨୦୧୧ ବ୍ୟାଚ୍ ଆଇପିଏସ୍ ଅଫିସର ପିନାକ ମିଶ୍ରଙ୍କୁ ବର୍ତ୍ତମାନ କଟକ ଡିସିପିରୁ ବଦଳି କରାଯାଇ ପୁରୀ ଏସପି ଭାବେ ଅବସ୍ଥାପିତ କରାଯାଇଛି। ୨୦୧୧ ବ୍ୟାଚ୍ ଆଇପିଏସ୍ ଅଫିସର ବନୋଥ ଯୁଗଳ କିଶୋର କୁମାରଙ୍କୁ ବର୍ତ୍ତମାନ ବଦଳି କରାଯାଇ କେନ୍ଦ୍ରାପଡ଼ା ଏସପି ଭାବେ ଅବସ୍ଥାପିତ କରାଯାଇଛି।

୨୦୧୨ ବ୍ୟାଚ୍ ଆଇପିଏସ୍ ଅଫିସର ମାଡକର ସନ୍ଦୀପ ସମ୍ପତ କେନ୍ଦ୍ରାପଡ଼ା ଏସପି ଥିବା ବେଳେ ବର୍ତ୍ତମାନ ବଦଳି କରାଯାଇ ଢେଙ୍କାନାଳ ଏସପି ଭାବେ ଅବସ୍ଥାପିତ କରାଯାଇଛି। ୨୦୧୪ ବ୍ୟାଚ୍ ର ଆଇପିଏସ୍ ଅଧିକାରୀ ବିବେକାନନ୍ଦ ଶର୍ମାଙ୍କୁ ବର୍ତ୍ତମାନ ବଦଳି କରାଯାଇ ରାଜ୍ୟ ପୁଲିସ ମୁଖ୍ୟାଳୟର ଏଆଇଜି ଭାବେ ଅବସ୍ଥାପିତ କରାଯାଇଛି।

୨୦୨୦ ବ୍ୟାଚର ଆଇପିଏସ୍ ଅଫିସର ହରିଶ ବିସିଙ୍କୁ ବର୍ତ୍ତମାନ ବଦଳି କରାଯାଇ ରାୟଗଡ଼ା ଏସପି ଭାବେ ଅବସ୍ଥାପିତ କରାଯାଇଛି। ୨୦୨୦ ବ୍ୟାଚ୍ ର ଆଇପିଏସ୍ ୟଶପ୍ରତାପ ଶ୍ରୀମଲଙ୍କୁ ବର୍ତ୍ତମାନ ବଦଳି କରାଯାଇ ସୋନପୁର ଏସପି ଭାବେ ଅବସ୍ଥାପିତ କରାଯାଇଛି।

ଓପିଏସ୍ ଅଧିକାରୀ ଜ୍ଞାନ ରଞ୍ଜନ ମହାପାତ୍ରଙ୍କୁ ବଦଳି କରାଯାଇ ଭୁବନେଶ୍ୱର ସ୍ବତନ୍ତ୍ର ଶାଖାର ଏସପି ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ବର୍ତ୍ତମାନ ଓପିଏସ୍ ଅଫିସର ଅମରେଶ କୁମାର ପଣ୍ଡାଙ୍କୁ ବଦଳି କରାଯାଇ ରାଜ୍ୟ ପୁଲିସ ମୁଖ୍ୟାଳୟର ଏଆଇଜି ଭାବେ ଅବସ୍ଥାପିତ କରାଯାଇଛି।

ସେହିପରି ବର୍ତ୍ତମାନ ଦେବଗଡ଼ ଏସପି ଥିବା ପି.କେ ମିଶ୍ରଙ୍କୁ ରାଉରକେଲା ରେଲୱେ ଏସପି ଭାବେ ବଦଳି କରାଯାଇଥିବା ବେଳେ ଓପିଏସ୍ ଅଫିସର ରାମ ପ୍ରସାଦ ସାହୁଙ୍କୁ ଦେବଗଡ଼ ଏସପି ଭାବେ ଅବସ୍ଥାପିତ କରାଯାଇଛି।