ବରିଷ୍ଠ ନାଗରିଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ ହେଉ: ରାଜ୍ୟପାଳ

ଜେରିଆଟ୍ରିକ୍ ସୋସାଇଟି ଅଫ୍ ଇଣ୍ଡିଆର ବାର୍ଷିକ ସମ୍ମିଳନୀର ଉଦଘାଟନୀ ସମାରୋହ

ଭୁବନେଶ୍ୱର, ୨୧/୦୬: ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ୍‌ରେ ଜେରିଆଟ୍ରିକ୍ ସୋସାଇଟି ଅଫ୍ ଇଣ୍ଡିଆର ବାର୍ଷିକ ସମ୍ମିଳନୀ ମହାସମାରୋହରେ ଉଦ୍‌ଘାଟିତ ହୋଇଛି । ଏହାକୁ ଓଡିଶାର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପତି ଅନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିବାବେଳେ ଜମ୍ମୁ ଓ କାଶ୍ମୀରୀ ଏମ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଓ ନିର୍ଦ୍ଦେଶକଡକ୍ଟର ସଚ୍ଚିଦାନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯେ ବରିଷ୍ଠ ନାଗରିକ, ବୃଦ୍ଧ, ବୟସ୍କ ଲୋକମାନେ ଆମ ସମାଜର ଗୋଟିଏ ଗୋଟିଏ ଆଦର୍ଶବାନ ଏବଂ ଆମ ଜୀବନର ଏକ ପରିପୃଷ୍ଠ ଅଧ୍ୟାୟବୋଲି କହିଛନ୍ତି । ସେମାନଙ୍କର ସ୍ୱାସ୍ଥ୍ୟ ଚିକିତ୍ସା ଆମ ମାନଙ୍କର କେବଳ ଦାୟିତ୍ୱ ନୁହେଁ, ଏହା ଆମ ମାନଙ୍କର କର୍ଚାବ୍ୟ ବୋଲି ରାଜ୍ୟପାଳ କହିଥିବାବେଳେ ହାଇଟେକ୍ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ ବରିଷ୍ଠ ନାଗରିକମାନଙ୍କର ସୁଚିକିତ୍ସା ପାଇଁ ଭାରତ ସରକାର ଓ ରାଜ୍ୟ ସରକାରଙ୍କର ନିର୍ଦ୍ଦେଶରେ ସମ୍ପୂର୍ଣ୍ଣ ରୂପେ ଦେୟମୁ୍‌କ୍ତ ଭାବେ ହାଇଟେକ୍ ମେଡିକାଲ କଲେଜରେ ଚିକିତ୍ସା କରିବା ପାଇଁ ପ୍ରତିଶୃତିବଦ୍ଧ ବୋଲି କହିଛନ୍ତି । ଜେରିଆଟ୍ରିକ୍ ସୋସାଇଟି ଅଫ୍ ଇଣ୍ଡିଆର ସଭା ସଂପାଦକ ଓ.ପି ଶର୍ମା, ସଭାପତି ଅତୁଲ କୁଲଶ୍ରେଷ୍ଠା ଆନୁଷ୍ଠାନିକ ଭାବେ ଜେରିଆଟ୍ରିକ୍ ସୋସାଇଟିର ସମ୍ମିଳନୀକୁ ସାଧାରଣ ମଣିଷମାନଙ୍କ ପାଇଁ ଉତ୍ସର୍ଗୀକୃତ ବୋଲି କହିଥିବା ବେଳେ ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲର କମ୍ୟୁନିଟି ମେଡିସିନ୍‌ର ଡକ୍ଟର ମହେଶ କୁମାର ରଥ ଜେରିଆଟ୍ରିକ୍ ସୋସାଇଟି ଓଡିଶା ଚାପ୍ଟର ର ସଂପାଦକ ଭାବେ ଏହି ସମ୍ମିଳନୀ ପ୍ରତ୍ୟେକଟି ସାଧାରଣ ମଣିଷଙ୍କର ଦୈନନ୍ଦିନ କାର୍ଯ୍ୟରେ ଆସିବା ସହ ବରିଷ୍ଠ ନାଗରିକମାନଙ୍କର ସୁଚିକିତ୍ସା

ଆମ ମାନଙ୍କର କେବଳ କର୍ଚାବ୍ୟ ନୁହେଁ ଏହା ଏକ ଆଦର୍ଶ ଜୀବନର ପରିଚାଳକ ହେବ ବୋଲି କହିଛନ୍ତି । ଏହି ଉଦ୍ଘାଟନ ସମ୍ମିଳନୀରେ ହାଇଟେକ୍ ଗ୍ରୁପ୍‌ର ନିର୍ଦ୍ଦେଶକ ଡକ୍ଟର ରାକେଶ କୁମାର ପାଣିଗ୍ରାହୀ, ସଭା ସଂଯୋଜଜ ତଥା ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ ପ୍ରଫେସର୍ ଡକ୍ଟର ପୂର୍ଣ୍ଣଚନ୍ଦ୍ର ଦାଶ, ଉପାଧ୍ୟକ୍ଷ ପ୍ରଫେସର୍ ଡକ୍ଟର ଲିସା ଷଡଙ୍ଗୀ, ନିର୍ଦ୍ଦେଶକ ଓ ଡିନ୍ ଡକ୍ଟର ଅକ୍ଷୟ କୁମାର ସାମଲ, ନିର୍ଦ୍ଦେଶକ ଓ

ଡିନ୍ ଡକ୍ଟର ରାଧା ମାଧବ ତ୍ରିପାଠୀ ଉପସ୍ଥିତ ଥିଲାବେଳେ ଉପନିର୍ଦ୍ଦେଶକ ଅନିଲ୍ କୁମାର ପାଣିଗ୍ରାହୀ, ପ୍ରଶାସନିକ ଅଧିକାରୀ ଡ. ଗୋପେଶ୍ୱର ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।