5-G ଯୁଗରେ 2-G ନେଟୱର୍କରେ ଚାଲୁଥିବା ଦେଶ
ସ୍ମାର୍ଟଫୋନ ବଦଳରେ ବ୍ୟବହାର କରନ୍ତି 2-G ଫିଚର ଫୋନ
ପ୍ରତି ଘଣ୍ଟାରେ ସରକାରଙ୍କୁ ପଠାଇବାକୁ ପଡ଼ିଥାଏ ଫୋନର ସ୍କ୍ରିନସଟ
ବର୍ତ୍ତମାନ ସାରା ବିଶ୍ୱରେ 5-G ନେଟୱର୍କ ଚାଲୁଛି। ଏବେ ବିଶ୍ୱ 6-G ପାଇଁ ପ୍ରସ୍ତୁତ ହେଉଛି। 5-G ନେଟୱର୍କ ଆରମ୍ଭ ହେବାକୁ ୫ ବର୍ଷ ବିତିଗଲାଣି। କିନ୍ତୁ ଜାଣିଛନ୍ତି କି, ଆଧୁନିକ ଟେକ୍ନୋଲୋଜି ଭିତରେ ଏବେ ବି ଏକ ଦେଶ ରହିଛି, ଯେଉଁଠାରେ 4-G କି 5-G ତ ଦୂରର କଥା, 3-G ନେଟୱର୍କ ମଧ୍ୟ ଚାଲୁନାହିଁ। ସେଠାରେ ଏବେ ବି 2-G ନେଟୱର୍କର ବ୍ୟବହାର କରୁଛନ୍ତି ଲୋକେ।
ଏହି ସ୍ଥାନରେ, ସାଧାରଣ ନାଗରିକମାନେ ବିଶ୍ୱରେ ଯେଉଁ ଇଣ୍ଟରନେଟ୍ ବ୍ୟବହାର ହୁଏ, ତାହା ନୁହେଁ, ବରଂ ସରକାର-ନିୟନ୍ତ୍ରିତ ଇଣ୍ଟ୍ରାନେଟ୍ ଉପରେ ନିର୍ଭର କରୁଛନ୍ତି। ଯେଉଁମାନେ ଇଣ୍ଟରନେଟ୍ ବ୍ୟବହାର କରିଥାନ୍ତି ପ୍ରତି ଘଣ୍ଟାରେ କର୍ତ୍ତୃପକ୍ଷଙ୍କୁ ଏକ ସ୍କ୍ରିନସଟ୍ ପଠାଇବାକୁ ପଡିଥାଏ, ଯାହା ଦ୍ୱାରା କୌଣସି ସରକାର ବିରୋଧୀ ପ୍ରଚାର ସେୟାର କରାଯାଏ ନାହିଁ।
ଆମେ ‘ଉତ୍ତର କୋରିଆ’ ବିଷୟରେ କହୁଛୁ। ୨୦୨୩ ମସିହାରେ, WIRED ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସାଧାରଣ ଲୋକଙ୍କ ବାହ୍ୟ ଯୋଗାଯୋଗ ଉପରେ ସରକାରଙ୍କ ନିୟନ୍ତ୍ରଣ ଥାଏ।
ଦକ୍ଷିଣ କୋରିଆରେ କେବଳ ସରକାରୀ ଅଧିକାରୀମାନେ ବିଶ୍ୱବ୍ୟାପୀ ଚାଲୁଥିବା ୱେବ ବ୍ୟବହାର କରିବା ପାଇଁ ଅନୁମତି ଅଛୀ। କିନ୍ତୁ ସାଧାରଣ ଜନତା କ୍ୱାଙ୍ଗମୟୋଙ୍ଗ ନାମକ ଏକ ଇଣ୍ଟ୍ରାନେଟ୍ ବ୍ୟବହାର କରନ୍ତି। ତେବେ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଇଣ୍ଟରନେଟ ଏହି ସେବା ଉପରେ ମଧ୍ୟ କଡ଼ା ନଜର ରଖାଯାଇଥାଏ।
ସାଧାରଣ ଲୋକେ ଇଣ୍ଟରନେଟରେ କ’ଣ ଦେଖୁଛନ୍ତି ଏବଂ ସେୟାର କରୁଛନ୍ତି ତାହା ଉପରେ କଡ଼ା ନଜର ରଖନ୍ତି ସରକାର। ଏପରିକି ସ୍ମାର୍ଟଫୋନ୍ର ବ୍ୟବହାର ମଧ୍ୟ ସୀମିତ, ଏବଂ ଯେଉଁମାନଙ୍କ ପାଖରେ ଏହା ଅଛି ସେମାନେ ନିରନ୍ତର ସରକାରଙ୍କ ନଜରରେ ରହିଥାନ୍ତି। ସ୍ମାର୍ଟଫୋନ ବ୍ୟବହାରକାରୀ ସ୍ମାର୍ଟଫୋନକୁ କିପରି ବ୍ୟବହାର କରନ୍ତି ଓ କ’ଣ କାର୍ଯ୍ୟ କରନ୍ତି, ତା’ର ସ୍କ୍ରିନସଟ ସରକାରଙ୍କୁ ପଠାଇବାକୁ ପଡ଼ିଥାଏ। ତେଣୁ ଉତ୍ତର କୋରିଆର ଅଧିକାଂଶ ଲୋକ ଏବେ ବି 2G ଫିଚର୍ ଫୋନ୍ ଉପରେ ନିର୍ଭର କରନ୍ତି।
ସାଧାରଣ ଜନତା ବିଦେଶୀ ଗଣମାଧ୍ୟମ ଦେଖି ପାରନ୍ତି ନାହିଁ। ବିଦେଶୀ ରେଡିଓ ପ୍ରସାରଣ ଶୁଣିବା ମଧ୍ୟ ଆଇନ ଦ୍ୱାରା ଦଣ୍ଡନୀୟ ଅପରାଧ ହୋଇଥାଏ।