ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଦୁଇ ଦିନିଆ ଗସ୍ତ ସୂଚୀ ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର, ୦୧/୦୭: ଆସନ୍ତା ଜୁଲାଇ ୧୪ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ୧୪ ତାରିଖରେ ସନ୍ଧ୍ୟା ୫ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲକୁ ଯିବେ। ଏମ୍ସର ୫ମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ଏହା ପରେ ସେଠାରୁ ରାଜଭବନ ଯାଇ ସେଠାରେ ରାତ୍ରୀଯାପନ କରିବେ।

୧୫ ତାରିଖରେ କଟକ ଯିବେ। କଟକରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ନୂତନ ରେଭେନ୍ସା ବାଳିକା ବିଦ୍ୟାଳୟର ଶିଳାନ୍ୟାସ କରିବେ। ଏହା ପରେ ଆଜି କବି ଶାରଳା ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ କଳିଙ୍ଗ ପୁରସ୍କାର ୨୦୨୪ ବିତରଣ ଉତ୍ସବରେ ଯୋଗ ଦେଇ ସେହି ଦିନ ଦିଲ୍ଲୀ ଫେରିଯିବେ।