ଭୁବନେଶ୍ୱର, ୧୭/୮: ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଅସୁସ୍ଥ। ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି। ଅପରାହ୍ନ ୫ଟା ୧୫ରେ ତାଙ୍କୁ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଡିହାଇଡ୍ରେସନ୍ ଯୋଗୁଁ ହସ୍ପିଟାଲ୍ରେ ଚିକିତ୍ସା ଚାଲିଛି। ଡାକ୍ତର ଆଲୋକ ପାଣିଗ୍ରାହୀ ତାଙ୍କର ଚିକିତ୍ସା କରୁଛନ୍ତି। ଏନେଇ ସମ୍ପୃକ୍ତ ଘରୋଇ ହସ୍ପିଟାଲ୍ ପକ୍ଷରୁ ସୂଚନା ମିଳିଛି। ବର୍ତ୍ତମାନ ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି।
ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ମୁମ୍ବାଇରୁ ଅସ୍ତ୍ରୋପଚାର ସାରି ଫେରିଥିଲେ ନବୀନ। ମୁମ୍ୱାଇରୁ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଅସ୍ତ୍ରୋପଚାର ପରେ ସେ ଭୁବନେଶ୍ୱର ଫେରିଥିଲେ। ତାଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପାଇଁ ନବୀନ ନିବାସକୁ ଡାକ୍ତରୀ ଦଳ ଯାଉଥିଲେ।