ଯୁକ୍ତ ଦୁଇ ନାମଲେଖା: ଦ୍ବିତୀୟ ପର୍ଯ୍ୟାୟ ଆବେଦନ ଆରମ୍ଭ ପାଇଁ ବିଜ୍ଞପ୍ତି

ଜାଣନ୍ତୁ କେବେଠୁ ଆରମ୍ଭ ହେବ ଆବେଦନ

ଭୁବନେଶ୍ୱର, ୧୯/୮: ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ଖାଲି ଆସନ ପୂରଣ ପାଇଁ ଯୁକ୍ତ ଦୁଇ ପର୍ଯ୍ୟାୟ-୨ ଅନଲାଇନ୍ ଆବେଦନ ପ୍ରକ୍ରିୟା ଅଗଷ୍ଟ ୨୫ରୁ ଆରମ୍ଭ ହେବ।

ଛାତ୍ରଛାତ୍ରୀମାନେ SAMS ୱେବସାଇଟ୍ www.samsodisha.gov.in ରେ ୨୫ ତାରିଖ ଅପରାହ୍ନ ୩ଟାରୁ ଅନଲାଇନ୍ କମନ୍ ଆବେଦନ ଫର୍ମ (CAF) ମାଧ୍ୟମରେ ଆବେଦନ କରିପାରିବେ।

samsodisha.gov.in ମାଧ୍ୟମରେ ଅନଲାଇନ୍ CAF ଆବେଦନ କରିବାର ଶେଷ ତାରିଖ ୩୧ ଅଗଷ୍ଟ ୨୦୨୫।

ସେପ୍ଟେମ୍ବର ୪ ତାରିଖ ୩ଟା ୩୦ରେ ପ୍ରଥମ ଚୟନ ମେଧା ତାଲିକା ପ୍ରକାଶ ପାଇବ। ମନୋନୀତ ପ୍ରାର୍ଥୀ ସେପ୍ଟେମ୍ବର ୬ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ରିପୋର୍ଟିଂ କରି ପାରିବେ। SAMS e-Space ରେ ୧୧ ତାରିଖରେ ୬ଟା ସୁଦ୍ଧା ତଥ୍ୟରେ ଭୁଲ ଥିଲେ ସଂଶୋଧନ କରି ପାରିବେ।

ସେପ୍ଟେମ୍ବର ୧୨ ତାରିଖ ୧୦ଟାରୁ ୧୩ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ SPOT ସିଲେକ୍ସନରେ ଚଏସ୍ ଲକିଂ କରିବେ।

୧୭ ତାରିଖ ୩ଟାରେ ୱେଟିଂ ଲିଷ୍ଟ ପ୍ରକାଶ ପାଇବ। ୧୮ ତାରିଖରୁ ୧୯ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୱେଟିଂ ଲିଷ୍ଟରେ ଥିବା ରିପୋର୍ଟିଂ କରିଥିବା ଛାତ୍ରଛାତ୍ରୀମାନଙ୍କ ତାଲିକା ପ୍ରକାଶ ପାଇବ।

ଏହା ପରେ ଯଦି ସିଟ୍ ବଳକା ଥାଏ, ୱେଟିଂ ଲିଷ୍ଟରେ ଥିବା ଛାତ୍ରଛାତ୍ରୀମାନେ ଚୟନ ହୋଇଥିବା ଶିକ୍ଷାନୁଷ୍ଠାନରେ ୨୨ ତାରିଖ ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ହାତଲେଖା ଦରଖାସ୍ତ ଦାଖଲର କରିବେ। ସେହିଦିନ ୪ଟା ୩୦ରେ ମନୋନୀତ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇବ।

ଏହା ପରେ ୨୩ ତାରିଖ ସକାଳ ୧୦ଟାରୁ ୨୪ ତାରିଖ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଇ-ସ୍ପେସରେ ଶିକ୍ଷାନୁଷ୍ଠାନ ଦ୍ୱାରା SPOT ଚୟନରେ ମନୋନୀତ ନେଇଥିବା ଛାତ୍ରଛାତ୍ରୀଙ୍କ ଆଡ଼ମିଶନ ତଥ୍ୟ ଦାଖଲ କରିବେ।