ପିଲାଙ୍କୁ ମଧ୍ୟାହ୍ନ ଭୋଜନ ନଦେଇ ଅଡ଼ୁଆରେ କର୍ତ୍ତୃପକ୍ଷ

୫୬ଟି ସ୍କୁଲକୁ କାରଣ ଦର୍ଶାଅ ନୋଟିସ

ବୌଦ୍ଧ, ୨୩/୮: ବୌଦ୍ଧ ଜିଲ୍ଲାର ୩ଟି ବ୍ଲକ୍‌ର ୫୬ଟି ସ୍କୁଲ୍‌କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି। ୩ଟି ବ୍ଲକ୍‌ର ସ୍କୁଲ୍‌ କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ ଜାରି କରିଛନ୍ତି ଡିଇଓ। ସେଥିମଧ୍ୟରୁ ହରଭଙ୍ଗା ବ୍ଲକ୍‌ର ୩୩ଟି, ବୌଦ୍ଧ ବ୍ଲକ୍‌ର ୧୫ଟି , କଣ୍ଟାମାଳ ବ୍ଲକ୍‌ର ୮ଟି ସ୍କୁଲ୍‌କୁ ନୋଟିସ୍‌ ଜାରି କରାଯାଇଛି।

ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ଅବସରରେ ପିଲାଙ୍କୁ ‘ମିଡ୍‌ ଡେ ମିଲ୍‌’ ଦେଇନଥିବାରୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। କାହିଁକି ମଧ୍ୟାହ୍ନ ଭୋଜନ ଦେଇନଥିଲେ ବୋଲି ଜବାବ ମାଗିଛନ୍ତି।