ଭୁବନେଶ୍ୱର, ୨୩/୮: ବିଭିନ୍ନ ଦାବିକୁ ନେଇ ଆନ୍ଦୋଳନ କରୁଥିବା ଅମଲା ସଂଘ ସମ୍ପର୍କରେ ବଡ଼ ବୟାନ ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଅମଲା ସଂଘ ସହ ଆଲୋଚନା ପରେ ରାଜସ୍ବ ମନ୍ତ୍ରୀଙ୍କ ଆଲୋଚନା ପରେ ଆନ୍ଦୋଳନ ପଛରେ ବିଜେଡିର ହାତ ଥିବା କହିଲେ ମନ୍ତ୍ରୀ।
ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, କିଛି ସଂଘର ନେତା ବିଜେଡି ଦ୍ୱାରା ପ୍ରେରିତ ହୋଇ ଆନ୍ଦୋଳନ କରୁଛନ୍ତି। ସେମାନେ କେଉଁ କେଉଁ ନେତାଙ୍କୁ ଭେଟୁଛନ୍ତି, ରିପୋର୍ଟ ମୋ ପାଖେ ଅଛି। ସେମାନେ ସମସ୍ୟାର ସମାଧାନ ଚାହୁଁ ନାହାନ୍ତି। ଅମଲାଙ୍କୁ ଢାଲ କରି ସରକାର ବିରୋଧରେ ଆନ୍ଦୋଳନ କରିବା ଲକ୍ଷ୍ୟ। ରାଜସ୍ବ ବିଭାଗ ପାଖରେ ବହୁତ ଅସ୍ତ୍ର ଅଛି ବିରୋଧୀ ସମ୍ଭାଳି ପାରିବେ ନାହିଁ।