ମାଲକାନଗିରି ଶିକ୍ଷକ ବସନ୍ତ କୁମାର ରଣା ପାଇବେ ଜାତୀୟ ଶିକ୍ଷକ ପୁରସ୍କାର

ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା ଚେଷ୍ଟାରତ ବସନ୍ତ ରଣା

ମାଲକାନଗିରି, ୨୬/୮: କୁନି କୁନି ପିଲାଙ୍କୁ ଭଲ ପାଉଥିବା ଶିକ୍ଷକ ଓ ଶିକ୍ଷା କୁ ବୃତ୍ତି ଭାବେ ବାଛି ନେଇଥିବା ମାଲକାନଗିରି ଶିକ୍ଷକ ବସନ୍ତ କୁମାର ରଣା ୨୦୨୫ ମସିହା ପାଇଁ ପାଇବେ ଜାତୀୟ ଶିକ୍ଷକ ପୁରସ୍କାର । ମାଲକାନଗିରି ଜିଲ୍ଲାର କନ୍ଦେଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଶ୍ରୀଯୁକ୍ତ ବସନ୍ତ କୁମାର ରଣା ଚଳିତ ବର୍ଷ ପାଇଁ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସଦା ସର୍ବଦା ଚେଷ୍ଟିତ ଏହି ଶିକ୍ଷକ ଛାତ୍ରଛାତ୍ରୀମାନଙ୍କ ପାଇଁ ଉତ୍ସର୍ଗୀକୃତ ।

ସେ ଏହି ପୁରସ୍କାର ପାଇଁ ୫୦୦୦୦ ଅର୍ଥ ରାଶି ଓ ମାନପତ୍ର ୦୫ ସେପ୍ଟେମ୍ବର ୨୦୨୫ ଦିନ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଗ୍ରହଣ କରିବେ ।