ସାବାଡ ହେବେ ସରକାରୀ କର୍ମଚାରୀ

ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ

ଭୁବନେଶ୍ୱର, ୬/୯: ସାବାଡ ହେବେ ସରକାରୀ କର୍ମଚାରୀ। ଆଉ ଠକି ପାରିବେନି। କେଉଁ ସମୟରେ ଅଫିସ ଆସିବେ ଓ ଯିବେ ତା’ର ସମସ୍ତ ରେକର୍ଡ ରହିବ। ଯିବା ଆସିବାର ସଠିକ୍ ସମୟ ରହିବ। ଏଣୁ ରାଜ୍ୟ ସରକାର ଖୁବଶୀଘ୍ର ବାୟୋମେଟ୍ରିକ ଉପସ୍ଥାନ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି।

ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ବାୟୋମେଟ୍ରିକ ଉପସ୍ଥାନକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର। ପଞ୍ଚାୟତ କର୍ମଚାରୀଙ୍କ ଠାରୁ ବିଡିଓଙ୍କ ଯାଏଁ ସମସ୍ତଙ୍କ ପାଇଁ ବାୟୋମେଟ୍ରିକ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି। ପଞ୍ଚାୟତ, ପଞ୍ଚାୟତସମିତି, ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଲାଗୁହେବ। ଯଥାଶୀଘ୍ର ବାୟୋମେଟ୍ରିକ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ରହିଛି।