୧୫ ଦିନର ସେବା ପକ୍ଷରେ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ବ୍ୟାପକ ହେବ
ଘରେ ଘରେ ବୃକ୍ଷ ରୋପଣ କରିବ ବିଜେପି କୃଷକ ମୋର୍ଚ୍ଚା
ଭୁବନେଶ୍ୱର, ୬/୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ସେପ୍ଟେମ୍ବର ୧୭ ତାରିଖ ଠାରୁ ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନ ବ୍ୟାପୀ ସେବା ପକ୍ଷ ଅବସରରେ ବିଜେପି କୃଷକ ମୋର୍ଚ୍ଚା ଓଡିଶାରେ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଏବଂ ଘରେ ଘରେ ବୃକ୍ଷ ଚାରା ରୋପଣ କରିବ। ଏହି ଅବସରରେ ଆଜି ବିଜେପି କୃଷକ ମୋର୍ଚ୍ଚା ଏକ ରାଜ୍ୟ ସ୍ତରୀୟ କର୍ମଶାଳା ଭୁବନେଶ୍ୱରସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଡକ୍ଟର ଯତୀନ ମହାନ୍ତି ପ୍ରମୁଖ ଯୋଗଦାନ କରି କିପରି କେନ୍ଦ୍ର ଓ ରାଜ୍ଯ ସରକାରଙ୍କର କୃଷକ କଲ୍ୟାଣକାରୀ ଯୋଜନାର ଲାଭ ସମସ୍ତ ଚାଷୀମାନେ ପାଇବେ ସେଥିପାଇଁ କୃଷକ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ କାମ କରିବାକୁ ଆହ୍ବାନ ଦେଇଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମ ଦିନରେ ରାଜ୍ୟ ସରକାର ୭୫ ଲକ୍ଷ ବୃକ୍ଷ ଚାରା ରୋପଣ କରିବା ଯେଉଁ ନିଷ୍ପତ୍ତି ନେଇଛନ୍ତି ତାର ସଫଳତା ପାଇଁ ବିଜେପି କୃଷକ ମୋର୍ଚ୍ଚା ନିଷ୍ଠାର ସହିତ କାମ କରିବ ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବରିଷ୍ଠ ଚାଷୀ ନେତା ଯଦୁମଣି ପାଣିଗ୍ରାହୀ, କୃଷକ ମୋର୍ଚ୍ଚା ରାଜ୍ଯ ଉପସଭାପତି ସୂର୍ଯ୍ୟ ନାରାୟଣ ମହାପାତ୍ର, ହୃଷୀକେଶ ଜେନା, ପୁଲିନ ପୁହାଣ, ରାଜ୍ୟ ସାଧାରଣ ସମ୍ପାଦକ ସମୀର ପାତ୍ର, ସଂପାଦକ ପ୍ରଶାନ୍ତ କୁମାର ସ୍ଵାଇଁ, ମନୋଜ କୁମାର ସାହୁ, ବିକ୍ରମ କେଶରୀ ରାଉତରାୟ, ଅଶୋକ କୁମାର ରଥ, କୋଷାଧ୍ୟକ୍ଷ ବିଶ୍ୱଜିତ ସ୍ୱାଇଁ, ରାଜ୍ୟ ସଂଯୋଜକ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଡକ୍ଟର ଜଗନ୍ନାଥ ମହାପାତ୍ର, ଜିତେନ୍ଦ୍ର କୁମାର ବିଶ୍ବାଳ, ଜଗନ୍ନାଥ ଗଡନାୟକ, କେଶରୀ ଦୁର୍ଗା, ରତିଲାଲ ପ୍ରଧାନ, ରାଜକିଶୋର ମେଣ୍ଡେଲୀ, ଅବନେଶ୍ୱର ପ୍ରଧାନ, ଶ୍ରୀନିବାସୀ ପ୍ରଧାନ, ପ୍ରଦୀପ କୁମାର ସାହୁ, ସୁନିଲ ମହାନ୍ତି, ଗଜେନ୍ଦ୍ର ଚୌଧୁରୀ, ସୁମନ୍ତ କୁମାର ମହାରଣା, ବିଜୟ କୁମାର ପଣ୍ଡା, ଅଜୟ କୁମାର ପ୍ରଧାନ, ତପନ କୁମାର ବେହେରା, ଶ୍ରୀଧର ପ୍ରସାଦ ପ୍ରଧାନ, ପାଣ୍ଡବ ଧଳ, ରତିକାନ୍ତ ରାଜବଂଶୀ, ଉପେନ୍ଦ୍ର ରାଉଲ, ବିକାଶ ପାଢୀ, ବୌରାଗୀ ଚରଣ ବେହେରା, ଶିରିଶ ମହାନ୍ତ, ଶଙ୍କର୍ଷଣ ଜେନା, ରାଜେଶ ସିଂହ, ଅଶୋକ କୁମାର ପୃଷ୍ଟି, ପ୍ରମୁଖଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଓ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।