ହାଇଟେକ୍‌ରେ ବିଶ୍ୱ ଫିଜିଓଥେରାପି ଦିବସ

ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ର ପରୀକ୍ଷା ନିୟନ୍ତ୍ରକ

ସୁସ୍ଥ ଜୀବନଯାପନ ପାଇଁ ଫିଜିଓଥେରାପିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର, ୮/୯: ହାଇଟେକ୍ ଫିଜିଓଥେରାପି ମହାବିଦ୍ୟାଳୟରେ ବିଶ୍ୱ ଫିଜିଓଥେରାପି ଦିବସ ମହାସମାରୋହରେ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ର ପରୀକ୍ଷା ନିୟନ୍ତ୍ରକ ପ୍ରଫେସର୍ ଡ. ୱାଇ. ରୋଜା ରମଣି, ସମ୍ମାନିତ ଅତିଥି ହାଇଟେକ୍ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ, ଟ୍ରଷ୍ଟି ତଥା ବିଧାୟକ ପାରଳାଖେମୁଣ୍ଡି ଇଂ ରୂପେଶ କୁମାର ପାଣିଗ୍ରାହୀ, ଟ୍ରଷ୍ଟି ଡ. ରାକେଶ କୁମାର ପାଣିଗ୍ରାହୀ, ଟ୍ରଷ୍ଟି ବିଶ୍ୱରାଜ୍ ପାଣିଗ୍ରାହୀ ଯୋଗଦାନ କରିଥିବାବେଳେ ମାସିନ ଅତିଥି ଭାବେ ହାଇଟେକ୍ କଲେଜ ଅଫ୍ ଫିଜିଓଥେରାପିର ଡିନ୍ ଏଣ୍ଡ ଡାଇରେକ୍ଟର ପ୍ରଫେସର୍ ଡ. ଅମଲେନ୍ଦୁ ଚୌଧୁରୀ, ପ୍ରିନ୍ସିପାଲ ପ୍ରଫେସର୍ ଡ. ଦୀପକ୍ ସାମନ୍ତରାୟ ଉପସ୍ଥିତ ଥିଲେ । ରୋଗୀର ଅସ୍ତ୍ରୋପଚାର ପରେ ଫିଜିଓଥେରାପିର ଆବଶ୍ୟକ ପଡେ, ତେଣୁ ବିଭିନ୍ନ ବିଭାଗରେ ଫିଜିଓଥେରାପିକୁ ସାମିଲ କରି ରୋଗୀମାନଙ୍କୁ ଏହାର ଚିକିତ୍ସା ପ୍ରଦାନ କରାଗଲେ ରୋଗୀ କମ୍ ସମୟରେ ସୁସ୍ଥ ହୋଇପାରିବ ବୋଲି ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ ଆହ୍ୱାନ ଦେଇଛନ୍ତି । ବୟସ୍କ ବ୍ୟକ୍ତିମାନଙ୍କ ଠାରେ ସାଧାରଣତଃ ଆଣ୍ଠୁ ଗଣ୍ଠି ସମସ୍ୟା ଦେଖାଯାଏ । ଫିଜିଓଥେରାପି ଦ୍ୱାରା ଏ ସବୁ ସମସ୍ୟାକୁ ଦୂରେଇବା ସହ ସୁସ୍ଥ ଜୀବନ ପାଇ ପାରିବା ବୋଲି ଟ୍ରଷ୍ଟି ତଥା ବିଧାୟକ ପାରଳାଖେମୁଣ୍ଡି ଇଂ ରୂପେଶ କୁମାର ପାଣିଗ୍ରାହୀ କହିଛନ୍ତି ।