ଭିଜିଲାନ୍ସ ଜାଲରେ ଫସିଲେ କିରାଣୀ

ଲାଞ୍ଚ ନେଲା ବେଳେ ମାଡ଼ି ବସିଲା ଭିଜିଲାନ୍ସ

କେନ୍ଦୁଝର, ୧୦/୯: ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ। ଲାଞ୍ଚ ନେଲା ବେଳେ ମାଡ଼ି ବସିଲା ଭିଜିଲାନ୍ସ। କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ମୁଖ୍ୟାଳୟରେ ଥିବା ନିକଲସନ ଫରେଷ୍ଟ ଟ୍ରେନିଂ ସ୍କୁଲର କନିଷ୍ଠ କିରାଣି ରୂପ ଚାନ୍ଦ ନାୟକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ଅବସର ପ୍ରାପ୍ତ ପିଅନଙ୍କୁ କୌଣସି କାଗଜପତ୍ର କାମ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଯାହା ଫଳରେ ପିଅନ ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ, ଆଜି ଉକ୍ତ ଲାଞ୍ଚ ଟଙ୍କା ନେବା ବେଳକୁ ଭିଜିଲାନ୍ସ ବିଭାଗ ହାତରେ ଧରା ପଡ଼ିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି।