ବାରିପଦା, ୧୦/୯: ବାରିପଦା ଠାରେ ଭାରତୀୟ ସେନା ବାଲେଶ୍ୱର ମୁଖ୍ୟାଳୟ ଓ ଜିଲ୍ଲା ପ୍ରଶାସନ ବାରିପଦା ସହଯୋଗରେ ହାଇଟେକ୍ ମଡେିକାଲ କଲେଜ ଓ ହସ୍ପିଟାଲ ତରଫରୁ ଏକ ବିଶାଳ ନିଃଶୁଳ୍କ ସ୍ୱାସ୍ଥ୍ୟ ଚିକିତ୍ସା ଓ ପରାମର୍ଶ ଶିବିର କନେ୍ଭ ରୋଡ୍, ଷ୍ଟେସନ୍ ବଜାର ଆଶୀର୍ବାଦ ଛକ ନିକଟସ୍ଥ ବିବାହ ମଣ୍ଡପ ଠାରେ ୩ ଦିନ ଧରି ଆୟୋଜିତ ହୋଇଛି । ଏହି ଶିବିରରେ ବିଭିନ୍ନ ବିଭାଗର ସୁଦକ୍ଷ ଚିକିତ୍ସାବିତଙ୍କ ଦ୍ୱାରା ସ୍ୱାସ୍ଥ୍ୟ ସେବା ସହ ସ୍ୱତନ୍ତ୍ର ଭାବେ ଚକ୍ଷୁ ଓ ଦନ୍ତ ପରୀକ୍ଷା ନିମନ୍ତେ ମୋବାଇଲ ଭ୍ୟାନ୍ର ବ୍ୟବସ୍ଥା କରାଯାଇଥିଲା । ଶିବିରକୁ ମୁଖ୍ୟ ଅତିଥି ମୟୂରଭଞ୍ଜର ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମହାରାଣୀ ରଶ୍ମୀ ରାଜଲକ୍ଷ୍ମୀ ଭଞ୍ଜଦେଓ ଏବଂ ହାଇଟେକ୍ ଗ୍ରୁପ୍ର ସିଇଓ ତଥା ମ୍ୟାନେଜିଙ୍ଗ ଟ୍ରଷ୍ଟି ଶୁରେଶ କୁମାର ପାଣିଗ୍ରାହୀ ଉଦ୍ଘାଟନ କରିଥିବା ବେଳେ ଗୃହ ନିର୍ମାଣ ଓ ସହରାଳ ବିକାଶ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଶିବିର ପରିଦର୍ଶନ କରି ହାଇଟେକ୍ ଗ୍ରୁପ୍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ ଓ ସିଇଓ ଶୁରେଶ କୁମାର ପାଣିଗ୍ରାହୀଙ୍କର ଏଭଳି ମହାନ୍ କାର୍ଯ୍ୟକୁ ନେଇ ପ୍ରଶଂସା କରିଥିଲେ । ୩ ଦିନ ବ୍ୟାପୀ ଏହି ଶିବିରରେ ୫୫୦୦ରୁ ଉର୍ଦ୍ଧ୍ୱ ଲୋକ ନିଜର ଚିକିତ୍ସା କରାଇଛନ୍ତି । ପୂର୍ବତନ ସୈନିକ, ବୀର ନାରୀ, ବୀର ମାତା, ବିଧବା ଏବଂ ତାଙ୍କ ଉପରେ ନିର୍ଭରଶୀଳ ବ୍ୟକ୍ତିମାନଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହି ଶିବିରର ଆୟୋଜନ କରାଯାଇଥିଲା । ସ୍ୱତନ୍ତ୍ର ଅତିଥି ଲେଫ୍ଟନା ଜେନେରାଲ ପି.ଏସ୍. ଶେଖାୱତ ଙ୍କ ସମେତ ବିଭିନ୍ନ ପଦାଧିକାରୀ ଉପସ୍ଥିତ ଥିଲାବେଳେ ଶତାଧିକ ସେନା ଅଧିକାରୀ ଓ ସେମାନଙ୍କର ସପରିବାରେ ସ୍ୱାସ୍ଥ୍ୟ ଚିକିତ୍ସା କରାଇଥିଲେ । ପରର୍ବି ସମୟରେ ଆଶାୟୀ ରୋଗୀମାନଙ୍କର ହାଇଟେକ୍ ମେଡିକାଲରେ ନିଃଶୁଳ୍କ ସ୍ୱାସ୍ଥ୍ୟ ଚିକିତ୍ସା ସେବା ଯୋଗାଇଦେବେ ବୋଲି ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ ଓ ସିଇଓ ଶୁରେଶ କୁମାର ପାଣିଗ୍ରାହୀ ପ୍ରତିଶୃତି ଦେଇଛନ୍ତି ।