ରାୟଗଡା ପୌର ଉପାଧ୍ୟକ୍ଷା ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ୧୯ କାଉନସିଲର
ନିଜ ସ୍ୱାର୍ଥ ପାଇଁ ପଦବୀରେ ଥିବା ଆଣିଲେ ଅଭିଯୋଗ
ରାୟଗଡା, ୧୨/୯(ଦର୍ଶନ ନ୍ୟୁଜ): ପ୍ରାୟ ୩ ବର୍ଷ ହେଲା ରାୟଗଡା ପୌରସଂସ୍ଥାର ପୌରାଧ୍ୟକ୍ଷା ଶୁଭ୍ରା ପଣ୍ଡା କାଉନସିଲର ମାନଙ୍କ ମତକୁ ଅଣଦେଖା କରିବା, ନିଜ ସ୍ୱାର୍ଥ ପାଇଁ ପଦବୀରେ ଅପବ୍ୟବହାର କରିବା ଆଦି ଅଭିଯୋଗ ଆଣି ତାଙ୍କ ବିରୋଧରେ ଆଜି କାଉନସିଲର ମାନେ ଅନାସ୍ଥା ପ୍ରସ୍ତାବ ଆଣିଥିବା ଜଣାପଡିଛି I ଏନେଇ ଆଜି ୧୯ ଜଣ କାଉନସିଲର ଅନାସ୍ଥା ପ୍ରସ୍ତାବ ଆଣି ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଦେଇଛନ୍ତି I ରାୟଗଡା ପୌରସଂସ୍ଥା ୨୪ ଜଣ କାଉନସିଲର ଦ୍ୱାରା ଗଠିତ I ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ କିଛି ଦିନ ତଳେ ବି ଜେ ଡି ରୁ ଇସ୍ତଫା ଦେଇଥିଲେ I ଇସ୍ତଫା ଦେବା ପରେ ଶ୍ରୀ ରାଓ ଙ୍କ ସମର୍ଥିତ ନିର୍ବାଚିତ ପ୍ରତିନିଧି ମାନେ ଏହି ପଦକ୍ଷେପ ନେଇଛନ୍ତି I ରାୟଗଡା ପୌରସଂସ୍ଥା ର ଉପାଧକ୍ଷା ଶୁଭ୍ରା ପଣ୍ଡା ବିଜେଡି ଜିଲ୍ଲା ସଭାପତି ଜଗନ୍ନାଥ ସାରକା ଓ ସୁଧୀର ଦାସଙ୍କ ସମର୍ଥକ ଭାବେ ଜଣାଶୁଣା I ଶୁଭ୍ରା ପଣ୍ଡା ପରାପରିଷଦ ର ୩ ନମ୍ବର ୱାର୍ଡ ର କାଉନସିଲର I ଶୁଭ୍ରା ଦାୟିତ୍ୱ ନେବା ପର ଠାରୁ ଜଗନ୍ନାଥ ସୁଧୀର ଗୋଷ୍ଠୀ ପ୍ରରୋଚନାରେ କାଉନସିଲର ମାନଙ୍କ ବିରୋଧରେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇ ଆସୁଥିଲା I ଅଗାମି ଦିନରେ ଜିଲ୍ଳାର ଆଉ କିଛି ବ୍ଲକରେ ଏଭଳି ପରିସ୍ଥିତି ଉପୁଜିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।