ଭୁଶୁଡ଼ିଲା ମାର୍କେଟ କମ୍ପ୍ଲେକ୍ସ ଛାତ

ଏକାଧିକ ଭଗ୍ନାବଶେଷ ତଳେ ଚାପି ହୋଇଥିବା ଆଶଙ୍କା

କୋରାପୁଟ, ୧୩/୯: କୋରାପୁଟ ବସଷ୍ଟାଣ୍ଡ ପାଖରେ ଥିବା ଏକ ମାର୍କେଟ୍ କମ୍ପ୍ଲେକ୍ସର ଛାତ ଭୁଶୁଡ଼ି ପଡ଼ିବା ଫଳରେ ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି।

ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା ଜଣେ ବ୍ୟକ୍ତିଙ୍କୁ ତୁରନ୍ତ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି।

ପୋଲିସ, ଓଡ଼ିଶା ବିପର୍ଯ୍ୟୟ ରାପିଡ୍ ଆକ୍ସନ ଫୋର୍ସ (ODRAF), ଏବଂ ଅଗ୍ନିଶମ ସେବା କର୍ମଚାରୀମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସୂଚନା ଅନୁଯାୟୀ, ମାର୍କେଟ କମ୍ପ୍ଲେକ୍ସରେ ତିନୋଟି ଦୋକାନ ଥିଲା; ଗୋଟିଏ ବେକେରୀ, ଗୋଟିଏ ପାନ ଦୋକାନ ଏବଂ ଗୋଟିଏ ଲସି ଦୋକାନ।

ପ୍ରାଥମିକ ସୂଚନା ଅନୁଯାୟୀ ଦୋକାନ ମାଲିକ ଏବଂ ଗ୍ରାହକଙ୍କ ସମେତ ଅନେକ ଲୋକ ଏବେ ବି ଭଗ୍ନାବଶେଷ ତଳେ ଫସି ରହିଥିବା ର ଅନୁମାନ କରାଯାଉଛି।