ବାଲିହରଚଣ୍ଡିରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ମୁଖ୍ୟ ଅଭିଯୁକ୍ତ ସହ ୪ ଗିରଫ

ପୁରୀ, ୧୬/୯: ପୁରୀ ଜିଲ୍ଲାର ବ୍ରହ୍ମଗିରି ଅନ୍ତର୍ଗତ ବାଲିହରଚଣ୍ଡୀ ପୀଠ ନିକଟ ଜଙ୍ଗଲରେ ଜଣେ ଯୁକ୍ତ ତିନି ଦ୍ବିତୀୟ ବର୍ଷ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଗତ ଶନିବାର ମଧ୍ୟାହ୍ନରେ ପୀଡ଼ିତା ତାଙ୍କ ପୁରୁଷ ବନ୍ଧୁଙ୍କ ସହ ବାଲିହରଚଣ୍ଡୀ ଦର୍ଶନ ପାଇଁ ଯାଇ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା। ପୁରୁଷ ବନ୍ଧୁଙ୍କ ସାମନାରେ ଛାତ୍ରୀଙ୍କୁ ଗତ ଦୁଷ୍କର୍ମ କରିଥିଲେ ଅଭିଯୁକ୍ତ।

ସୋମବାର ପୀଡ଼ିତା ପୁରୀ ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ ପୀଡ଼ିତାଙ୍କୁ ପୁରୀ ସଦର ଡାକ୍ତରଖାନାରେ ଡାକ୍ତରୀ ମାଇନା କରାଇଛି।

ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ମନୋଜ ବେହେରାକୁ ଆନ୍ଧ୍ରପ୍ରଦେଶରୁ ଗିରଫ କରିଛି ପୁରୀ ପୋଲିସ। ଗିରଫଦାରୀ ସଂଖ୍ୟା ୪କୁ ଛୁଇଁଛି। ଆଜି ଅଭିଯୁକ୍ତମାନଙ୍କର ଡ଼ାକ୍ତରୀ ମାଇନା କରାଯିବା ପରେ ତଦନ୍ତ ଆଗକୁ ବଢିବ।