ବିଧାନସଭାରୁ କଂଗ୍ରେସ ବିଧାୟକ ଦଳ ନେତାଙ୍କ ସାମଗ୍ରୀ ଚୋରି!

ସାମଗ୍ରୀ ଫେରାଇବାକୁ ବାଚସ୍ପତିଙ୍କୁ ଚିଠି

ଭୁବନେଶ୍ୱର, ୧୮/୯: ବିଧାନସଭାରେ ଚୋରି ସାମଗ୍ରୀ ଫେରାଇବାକୁ ବାଚସ୍ପତିଙ୍କୁ ଚିଠି ଲେଖିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ। ବାଚସ୍ପତି ସୁରମା ପାଢ଼ୀଙ୍କୁ ଚିଠି ଲେଖି ହଜି ଯାଇଥିବା ସାମଗ୍ରୀ ଫେରାଇବାକୁ ଅନୁରୋଧ କରିଛନ୍ତି।

ଗତ ମାର୍ଚ୍ଚ ୨୬ ତାରିଖ ରାତି ୨ଟା ୩୦ରେ ଗୃହ ଭିତରେ ଘଟିଥିବା ଚିଠିରେ ଦର୍ଶାଇଛନ୍ତି। ମାର୍ଚ୍ଚ ୨୬ ତାରିଖରେ ବିଧାନସଭାରେ ଧାରଣାରେ ବସିଥିବା ବେଳେ କେହି ଅସାମାଜିକ ବ୍ୟକ୍ତି ତାଙ୍କର ସାମଗ୍ରୀ ଚୋରି କରିଛନ୍ତି। ସୁନା ଚେନ୍‌, ଘଣ୍ଟା, ପ୍ୟାଣ୍ଟ, ସାର୍ଟ, ଚଷମା ଇତ୍ୟାଦି ସାମଗ୍ରୀ ଚୋରି ହୋଇଛି। ଦଳୀୟ ନେତାଙ୍କ କିଛି ସାମଗ୍ରୀ ମଧ୍ୟ ଚୋରି ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଆମକୁ ଏହି ସାମଗ୍ରୀ ବାଚସ୍ପତିଙ୍କ ଅଫିସ୍‌ ଫେରାଇ ନାହିଁ। ଚୋରି ସାମଗ୍ରୀ ଫେରାଇବାକୁ ତ୍ବରିତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ରାମଚନ୍ଦ୍ର କାଡାମ।