ବିଜେଡ଼ିର ନାରାବାଜି, କଂଗ୍ରେସ ନିରବଦ୍ରଷ୍ଟା

ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଲେ ବାଚସ୍ପତି

ଭୁବନେଶ୍ୱର, ୧୯/୯: ଆଜି ଦୁଇ ଥର ଗୃହ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସୁରୁଖୁରୁରେ ଚାଲି ପାରିନାହିଁ। ପ୍ରଥମ ପାଳିରେ ବିଜେଡ଼ିର ସାର ପ୍ରସଙ୍ଗ ନେଇ ନାରାବାଜି ଚାଲିଥିବା ଯୋଗୁଁ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ରଖିଥିଲେ ବାଚସ୍ପତି ସୁରମା ପାଢ଼ୀ। ପ୍ରଥମ ପର୍ଯ୍ୟାୟରେ ମାତ୍ର ୪ ମିନିଟ୍ ପାଇଁ ଚାଲିଥିଲା ଗୃହକାର୍ଯ୍ୟ। ଏହା ପରେ ପୁଣି ୪ଟାରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ସୁରୁଖୁରୁରେ ଚାଲି ପାରିନାହିଁ। ବିଜେଡ଼ି ଗୃହ ମଧ୍ୟ ଭାଗରେ ସାର ପ୍ରସଙ୍ଗ ନେଇ ନାରାବାଜି କରିଥିଲା। କଂଗ୍ରେସ ସଦସ୍ୟ ନିଜ ଆସନରେ ଠିଆ ହୋଇ ନୀରବ ଦ୍ରଷ୍ଟା ସାଜିଥିଲେ। ତେଣୁ ଆସନ୍ତା କାଲି ୧୦. ୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଲେ ବାଚସ୍ପତି। ଗୃହ ସ୍ୱାଭାବିକ ନ ହେଲେ କଂଗ୍ରେସର ଅନାସ୍ଥା ଗ୍ରହଣ କରିହେବ ନାହିଁ।