OTETକୁ ତ୍ରୁଟି ଶୂନ୍ୟ କରିବାକୁ ବଡ଼ ପଦକ୍ଷେପ

ସିସିଟିଭି ସର୍ଭେଲାନ୍ସରେ ରହିବ ସମସ୍ତ ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର, ୧୯/୯: OTETକୁ ତ୍ରୁଟି ଶୂନ୍ୟ କରିବାକୁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ବିଧାନସଭାରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ରଖି କହିଛନ୍ତି, ସେପ୍ଟେମ୍ବର ୨୭ରେ ହେବାକୁ ଯାଉଛି OTET ପରୀକ୍ଷା। ପ୍ରଶ୍ନପତ୍ର ଆସିବାଠୁ ପରୀକ୍ଷା ଶେଷ ହେବା ଯାଏଁ ସୁରକ୍ଷା କଡ଼ାକଡ଼ି କରାଯାଇଛି। ସିସିଟିଭି ସର୍ଭେଲାନ୍ସରେ ରହିବ ସମସ୍ତ ୧୯୩ ପରୀକ୍ଷା କେନ୍ଦ୍ର। ପ୍ରଶ୍ନପତ୍ର ପରିବହନ ବେଳେ ଗାଡ଼ିକୁ ମିଳିବ ଆର୍ମଡ ପୋଲିସ ସୁରକ୍ଷା। BSE ମୁଖ୍ୟ କାର୍ଯ୍ୟାଳୟରେ ଖୋଲିବ କମାଣ୍ଡ କଣ୍ଟ୍ରୋଲ ରୁମ୍। GPS ଟ୍ରାକିଂ ବ୍ୟବସ୍ଥା ଡିଜିଟାଲ ଲକରରେ ସୁରକ୍ଷିତ ରହିବ ପ୍ରଶ୍ନପତ୍ର। ପ୍ରତି ପରୀକ୍ଷା କେନ୍ଦ୍ରରେ ଦାୟିତ୍ୱରେ ରହିବେ ପର୍ଯ୍ୟବେକ୍ଷକ। ପରୀକ୍ଷା ସୁପରିଚାଳନା ପାଇଁ ଡିଷ୍ଟ୍ରିକ୍ଟ ଏଜୁକେସନ ଅଫିସରଙ୍କୁ ଦିଆଯିବ ଟ୍ରେନିଂ। ଡିଷ୍ଟ୍ରିକ୍ଟ ସାଇନ୍ସ ସୁପରଭାଇଜର, କେନ୍ଦ୍ର ଅଧୀକ୍ଷକଙ୍କୁ ଦିଆଯିବ ଟ୍ରେନିଂ।