ସିନାପାଲି,୨୦/୦୯: ରକ୍ଷଣାବେକ୍ଷଣ ଅଭାବରୁ ସିନାପାଲି ସହରାଞ୍ଚଳରେ ଥିବା ୩ ଗୋଟି ବନ୍ଧ ଓ କଟା ଏବେ ଅସ୍ଥିତ୍ଵ ହରାଇବାକୁ ବସିଲାଣି। ଦିନଥିଲା ଏହି ଜଳ ଗୁଡ଼ିକ ଅଞ୍ଚଳବାସୀଙ୍କ ବହୁମୁଖି ବ୍ୟବହାରରେ ଲାଗୁଥିଲା। ହେଲେ ଏବେ ଆଉ ବ୍ୟବହାର ଉପଯୋଗୀ ବି ରହି ନାହିଁ । ଯଦିଓ କେତେକ ପୋଖରୀରେ ଲୋକେ ଗାଧୋଇବା ସହ ଧୋଇବା କାର୍ଯ୍ୟ କରୁଛନ୍ତି। କିନ୍ତୁ ଏହାର ଚାରିପାଖେ ପରିବେଶ ଅତି କଦର୍ଯ୍ୟ ହୋଇପଡ଼ିଛି। ଏପରିକି ପୋଖରୀ ହୁଡ଼ା ମୁକ୍ତାକାଶ ଶୌଚାଳୟ ପାଲଟିଛି କହିଲେ ଭୁଲ ହେବନାହିଁ। ପ୍ରକାଶ ଯେ, ନୂଆପଡା ଜିଲ୍ଲା ସିନାପାଲି ଅଞ୍ଚଳ ରେ ଭୂତଳ ଜଳସ୍ତର ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଜଲ ସ୍ତରକୁ ବଜାୟ ରଖିବା ପାଇଁ ସରକାର ଜଳଉତ୍ସ ଗୁଡ଼ିକର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ଵ ଦେଉଛନ୍ତି । କିନ୍ତୁ ସିନାପାଲିରେ ଏହାକୁ ଅଣଦେଖା କରାଯାଇ ପୋଖରୀ ଗୁଡ଼ିକର ପୁନରୁଦ୍ଧାର ହେଉ ନଥିବା ଅଭିଯୋଗ ହୋଇଛି। ସିନାପାଲି ସହରର ଲିମ୍ ବନ୍ଧ (୨ ଏକର), ବସଷ୍ଟାଣ୍ଡ ପଛପଟ ପାଖ ବନ୍ଧ (୩ ଏକର), ବ୍ଲକ ଅଫିସ୍ ପାଖ ବନ୍ଧ (୩ ଏକର) ଆଜକୁ ୩ଟି ବନ୍ଧ ରହିଛି। ସମୁଦାୟ ୮ ଏକର ଜାଗା ଉପରେ ରହିଛି ସମସ୍ତ ଜଳ ରସ । ଏଗୁଡ଼ିକ ନିୟମିତ ସଫା ହେଉ ନ ଥିବାରୁ ଲୋକଙ୍କ ବ୍ୟବହାରରେ ଆସୁନାହିଁ । କଇଁ ୧ ଟି ବନ୍ଧ କେବଳ ଶୌଚ ପାଇଁ ଲୋକେ ବ୍ୟବହାର କରୁଛନ୍ତି। ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବନ୍ଧ ଗୁଡ଼ିକର ଉନ୍ନତି ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି।
Prev Post