୨୮ ଯାଏଁ ଛୁଟି ବାତିଲ୍

ହେଡକ୍ୱାଟର୍ସ ଛାଡି ନଯିବାକୁ ନିର୍ଦ୍ଦେଶ

କୋରାପୁଟ, ୨୪/୯: କୋରାପୁଟ ଜିଲ୍ଲାରେ ଆସନ୍ତା ୨୮ ତାରିଖ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି। ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଛୁଟି ବାତିଲ୍‌ କଲେ ଜିଲ୍ଲାପାଳ। କୌଣସି କର୍ମଚାରୀ ହେଡକ୍ୱାଟର୍ସ ଛାଡି ନ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ଭାବ୍ୟ ସ୍ଥିତିର ମୁକାବିଲା କରିବା ପାଇଁ କଣ୍ଟ୍ରୋଲ ରୁମ ଖୋଲିବା ସହ ସବୁ ବିଭାଗ ସହ ପ୍ରସ୍ତୁତି ବୈଠକ କରିଛନ୍ତି ଜିଲ୍ଲାପାଳ। ଏଥି ସହ ତହସିଲଦାର ଓ ବିଡ଼ିଓଙ୍କୁ ସଜାଗ ରହିବା ପାଇଁ କୁହାଯାଇଛି।