ଝାରସୁଗୁଡ଼ାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ଭେଟି

ଦେଶ ଉଦ୍ଦେଶ୍ୟରେ ୬୦ ହଜାର କୋଟିର‌ ପ୍ରକଳ୍ପ ଭେଟି ଦେଲେ

ଝାରସୁଗୁଡ଼ା, ୨୭/୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରୁ ଦେଶ ଉଦ୍ଦେଶ୍ୟରେ ୬୦ ହଜାର କୋଟି ମୂଲ୍ୟର ପ୍ରକଳ୍ପ ଭେଟି ଦେଇଛନ୍ତି। ଝାରସୁଗୁଡ଼ା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ମୋଦି ୬୦,୦୦୦ କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ କାର୍ଯ୍ୟର ଉଦ୍‌ଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡାରୁ ଟେଲିକମ୍, ରେଳବାଇ ଏବଂ ଉଚ୍ଚଶିକ୍ଷା ଭଳି କ୍ଷେତ୍ରରେ ଅନେକ ବିକାଶମୂଳକ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି।

ସାରା ଦେଶରେ ୯୭,୫୦୦ରୁ ଅଧିକ ଟେଲିକମ୍ ଟାୱାର କାର୍ଯ୍ୟକ୍ଷମ ହେବ। ଓଡ଼ିଶା ପାଇଁ ମୋଟ୍‌ ୧୭ ଶହ କୋଟିର ରେଳ ପ୍ରକଳ୍ପ ଭେଟି ଦେଇଛନ୍ତି। ସମ୍ବଲପୁର-ସରଲା ମଧ୍ୟରେ ୨୭୩ କୋଟିର ରେଲ୍‌ ଫ୍ଲାଇ ଓଭର ନିର୍ମାଣ ପାଇଁ ଉଦଘାଟନ କରିଛନ୍ତି। ୪୮୧ କୋଟିର କୋରାପୁଟ-ବାଇଗୁଡ଼ା ରେଲୱେ ଦୋହରୀକରଣକୁ ଲୋକାର୍ପଣ କରିଛନ୍ତି। ବ୍ରହ୍ମପୁର- ସୁରତ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ରାଜ୍ୟର ୧୩୦ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ୯୦ କୋଟି ଟଙ୍କାରେ WI-FI ସୁବିଧାର ଉଦଘାଟନ କରିଛନ୍ତି। ଏଥିରେ ଉପକୃତ ହେବେ ଅଢ଼େଇ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ। ୫୦ ହଜାର ଅନ୍ତ୍ୟୋଦୟ ଘର କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି। ଦେଶର ୮ଟି IITର ଭିତ୍ତିଭୂମି ସମ୍ପ୍ରସାରଣ ଓ ୧୨ ହଜାର ସିଟ୍‌ ବୃଦ୍ଧି ଘୋଷଣା କରାଯାଇଛି।

ସାରା ଦେଶରେ BSNL ଦ୍ବାରା ସ୍ବଦେଶୀ 4G (5G ପ୍ରସ୍ତୁତ) ନେଟୱର୍କ ସାମିଲ ହେଲା। ବୁର୍ଲା ଭୀମସାର ଓ ବ୍ରହ୍ମପୁର MKCGକୁ ସୁପର ସ୍ପେଶାଲିଷ୍ଟ କରିବା ଯୋଜନା ରହିଛି।

ଏହି କାର୍ଯ୍ୟକ୍ରମରେ ଅନେକ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଭର୍ଚୁଆଲ ଭାବରେ ସାମିଲ ହୋଇଛନ୍ତି। ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, ଆସାମ, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରମୁଖ ସାମିଲ ହୋଇଥିଲେ। ଅନେକ କେନ୍ଦ୍ର ମନ୍ତ୍ରୀ ମଧ୍ୟ VCରେ ସାମିଲ ହୋଇଥିଲେ।